ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର

ବାଲିଗୁଡା( ଅଜିତ ନାୟକ): ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରେଞ୍ଜ ଅଧୀନରେ କାର୍ଯ୍ୟରତ ଫରେଷ୍ଟର କୈଳାଶ ଚନ୍ଦ୍ର ସାହୁଙ୍କ ବାଲିଗୁଡା ବଜାର ସାହିସ୍ଥିତ ବାସଭବନରେ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ଆଜି ଭୋର ସମୟରୁ ଚଢ଼ାଉ ଜାରି ରଖିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ଜାରି ରହିଛି । ବାଲିଗୁଡା ସମେତ ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର ଓ ଭବାନୀପାଟଣା ଆଦି ଏକାଧିକ ସ୍ଥାନରେ ଥିବା କୈଳାଶଙ୍କ ଘରେ ଭିଜିଲାନ୍ସ […]

bhijilance-1

bhijilance-1

Niharika Rout
  • Published: Friday, 27 December 2019
  • Updated: 27 December 2019, 09:24 AM IST

ବାଲିଗୁଡା( ଅଜିତ ନାୟକ): ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରେଞ୍ଜ ଅଧୀନରେ କାର୍ଯ୍ୟରତ ଫରେଷ୍ଟର କୈଳାଶ ଚନ୍ଦ୍ର ସାହୁଙ୍କ ବାଲିଗୁଡା ବଜାର ସାହିସ୍ଥିତ ବାସଭବନରେ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ଆଜି ଭୋର ସମୟରୁ ଚଢ଼ାଉ ଜାରି ରଖିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ଜାରି ରହିଛି ।

ବାଲିଗୁଡା ସମେତ ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର ଓ ଭବାନୀପାଟଣା ଆଦି ଏକାଧିକ ସ୍ଥାନରେ ଥିବା କୈଳାଶଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହେଉଥିବା ସୂଚନା ମିଳିଛି । ଭିଜିଲାନ୍ସ ଅଧିକାରୀ ବାଲିଗୁଡା ବାସଭବନରେ ରହି ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛନ୍ତି। ଚଢ଼ଉ ଶେଷ ହୋଇ ନ ଥିବା ବେଳେ କେତେ ପରିମାଣର ସମ୍ପତି ଜବତ ହୋଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos