ଓଟିଭି ନିର୍ଦ୍ଦେଶିକାଙ୍କୁ ବିଧାନସଭା ସ୍ୱାଧିକାର କମିଟି ନୋଟିସ୍ ପ୍ରସଙ୍ଗରେ ଏମିତି କହିଲେ କାଟ୍‌ଜୁ

ଭୁବନେଶ୍ୱର(ଓଡ଼ିଶାରିପୋର୍ଟର):ଗଣତନ୍ତ୍ରରେ ବାକ୍ ସ୍ୱାଧୀନତା ଓ ସହନଶୀଳତା ରହିବା ଆବଶ୍ୟକ। ରାଜନେତାମାନେ ଛୋଟମୋଟ କଥାରେ ପ୍ରତିକ୍ରିୟାଶୀଳ ହେବା ଉଚିତ୍ ନୁହେଁ। ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ବିଧାନସଭା ସ୍ୱାଧିକାର କମିଟିର ନୋଟିସ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ମାର୍କେଣ୍ଡୟ କାଟ୍‌ଜୁ। ଏକ ଛୋଟ ଘଟଣାକୁ ଅଯଥାରେ ବଡ଼ କରାଯାଇଛି ବୋଲି ସେ କହିବା ସହ ଏହା ଅହଙ୍କାରର ପରିଚାୟକ ବୋଲି କାଟ୍‌ଜୁ କହିଛନ୍ତି। ବିଧାନସଭା ସ୍ୱାଧିକାର […]

katju

katju

Tapas Behera
  • Published: Tuesday, 29 January 2019
  • Updated: 29 January 2019, 09:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶାରିପୋର୍ଟର):ଗଣତନ୍ତ୍ରରେ ବାକ୍ ସ୍ୱାଧୀନତା ଓ ସହନଶୀଳତା ରହିବା ଆବଶ୍ୟକ। ରାଜନେତାମାନେ ଛୋଟମୋଟ କଥାରେ ପ୍ରତିକ୍ରିୟାଶୀଳ ହେବା ଉଚିତ୍ ନୁହେଁ। ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ବିଧାନସଭା ସ୍ୱାଧିକାର କମିଟିର ନୋଟିସ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ମାର୍କେଣ୍ଡୟ କାଟ୍‌ଜୁ।

ଏକ ଛୋଟ ଘଟଣାକୁ ଅଯଥାରେ ବଡ଼ କରାଯାଇଛି ବୋଲି ସେ କହିବା ସହ ଏହା ଅହଙ୍କାରର ପରିଚାୟକ ବୋଲି କାଟ୍‌ଜୁ କହିଛନ୍ତି। ବିଧାନସଭା ସ୍ୱାଧିକାର କମିଟିର ନୋଟିସ୍ କ୍ରମେ ଗତକାଲି ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା କମିଟି ଆଗରେ ହାଜର ହୋଇ ପକ୍ଷ ରଖିଥିଲେ।

ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଓଟିଭିକୁ ଜାଣିଶୁଣି ହଇରାଣ କରାଯାଉଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos