ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୪ ସାଧାରଣ ନିର୍ବାଚନରେ ଆମ୍ବୁଲାନ୍ସରେ ପଠା ଯାଉଥିବା ବିଜେଡି ଟଙ୍କାକୁ ଧରିବାରୁ ନବୀନ ପଟ୍ଟନାୟକଙ୍କ ସରକାର କ୍ଷୁବ୍ଧ ହୋଇଥିଲେ। 'ଓଟିଭି'ର ଖୋଲାକଥା କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ସାଙ୍ଘାତିକ ଗୁମର ଖୋଲିଛନ୍ତି କଟକ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ପୂର୍ବତନ ପୁଲିସ୍ ଡିଜି ପ୍ରକାଶ ମିଶ୍ର।</p> <p>ସେ କହିଛନ୍ତି-“ସାରଦା ଚିଟ୍‌ଫଣ୍ଡ୍‌ ଦୁର୍ନୀତିର ସିବିଆଇ ତଦନ୍ତକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ବିରୋଧ କରିଥିଲେ। ଏପରିକି ପ୍ରାୟ ୨୦ ହଜାର କୋଟି ଟଙ୍କାର ଏହି ମହାଦୁର୍ନୀତିର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ହେଉ, ତା’ ମଧ୍ୟ ସରକାର ଚାହୁଁନଥିଲେ। ଚିଟ୍‌ଫଣ୍ଡ ମାମଲାରେ ମୁଁ ମନି ଲଣ୍ଡରିଂ ଆକ୍ଟ ଲଗାଇବାକୁ କହିଥିଲି। ମନି ଲଣ୍ଡରିଂ ଆକ୍ଟ ଲାଗିଥିଲେ ଇଡି ତାହାର ତଦନ୍ତ କରିଥାନ୍ତା। ମୋର ଏ ସୁପାରିସ ନେଇ ସେମାନେ କ୍ଷୁବ୍ଧ ଥିଲେ। ପରେ ପରେ ମୁଁ ଡିଜିପି ପଦରୁ ବିଦାୟ ନେଲି।”</p> <p>ସେ କହିଛନ୍ତି-“ମୁଁ ଡିଜି ଥିଲା ବେଳେ ପୁଲିସକୁ ନିରପେକ୍ଷ ଭାବେ କାମ କରିବାକୁ କହିଥିଲି। ବିଜେଡିର କିଛି ଟଙ୍କା ଧରାପଡ଼ିଥିଲା ଓ ସେଥିପାଇଁ ସେମାନେ କ୍ଷୁବ୍ଧ ଥିଲେ। ଆମ୍ବୁଲାନ୍ସରୁ ଟଙ୍କା ଧରିବା ମୁଁ ଭାବୁଛି ସରକାରଙ୍କ ସହ ମନୋମାଳିନ୍ୟର ଏକ କାରଣ ଥିଲା।”</p> <p>ନବୀନଙ୍କ ଶାସନକୁ ଏକଛତ୍ରବାଦୀ କହିବା ସହ ପ୍ରକାଶ ମିଶ୍ର କହିଛନ୍ତି-“ସରକାର ଜଡ଼ ହୋଇଗଲାଣି। ଗଣତାନ୍ତ୍ରିକ ନୁହେଁ, ଏକଛତ୍ରବାଦ ଆଡ଼କୁ ଗଲାଣି ସରକାର। କ୍ଷମତା ବିକେନ୍ଦ୍ରୀକରଣ ନୁହେଁ, କେନ୍ଦ୍ରୀଭୂତ ହୋଇଛି କ୍ଷମତା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହିଁ ସବୁକିଛି ପରିଚାଳନା ହୁଏ। ବିଭାଗୀୟ ସଚିବଙ୍କ ନିଷ୍ପତ୍ତି ନେବା କ୍ଷମତା ପ୍ରାୟ ନଥାଏ।” </p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।