ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ହତ୍ୟାକାଣ୍ଡ: ମୁଖ୍ୟ ସୁଟର୍‌କୁ ପଚରାଉଚରା ପାଇଁ ନେଲା ପୋଲିସ

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା ହତ୍ୟା ଘଟଣାରେ ମୁଖ୍ୟ ସୁଟର ସୂର୍ଯ୍ୟକାନ୍ତ ଛୋଟରାଏ ଓରଫ ସିଲୁକୁ ଅଧିକା ପଚରାଉଚରା ପାଇିଁ ୩ ଦିନିଆା ରିମାଣ୍ଡରେ ଆଣିଲା କାମାକ୍ଷାନଗର ପୋଲିସ। ତାକୁ ପ୍ରଥମେ କାମାକ୍ଷାନଗର ମେଡିକାଲକୁ ନିଆଯାଇ ତା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତା ପରେ ପଚରା ଉଚରା ପାଇଁ ନିଆ ଯାଇଥିବା କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ଓ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ସୂଚନା ଦେଇଛନ୍ତି। ଗତ […]

yoso

Ordigital Desk
  • Published: Saturday, 19 May 2018
  • , Updated: 19 May 2018, 08:40 PM IST

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା ହତ୍ୟା ଘଟଣାରେ ମୁଖ୍ୟ ସୁଟର ସୂର୍ଯ୍ୟକାନ୍ତ ଛୋଟରାଏ ଓରଫ ସିଲୁକୁ ଅଧିକା ପଚରାଉଚରା ପାଇିଁ ୩ ଦିନିଆା ରିମାଣ୍ଡରେ ଆଣିଲା କାମାକ୍ଷାନଗର ପୋଲିସ। ତାକୁ ପ୍ରଥମେ କାମାକ୍ଷାନଗର ମେଡିକାଲକୁ ନିଆଯାଇ ତା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତା ପରେ ପଚରା ଉଚରା ପାଇଁ ନିଆ ଯାଇଥିବା କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ଓ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ସୂଚନା ଦେଇଛନ୍ତି।

ଗତ ମାର୍ଚ୍ଚ ମାସ ୨୬ ତାରିଖରେ ଦୁର୍ବୃତ୍ତମାନେ ଗୁଳି ମାରି, ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୋଲିସ୍‌ର ସୂଚନା ଅନୁଯାୟୀ, ସୂର୍ଯ୍ୟକାକ୍ତ ଛୋଟରାଏ ହିଁ ପ୍ରଥମେ ଯଶୋବନ୍ତଙ୍କୁ ଗୁଳି କରିଥିଲା। ଏହି ହତ୍ୟାକାଣ୍ଡରେ ମୋଟ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ।

ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ସଭାପତିଙ୍କୁ କେମିତି ହତ୍ୟା କରାଯାଇଥିଲା ଓ ତା ପରେ କେମିତି ଧରାପଡ଼ିଥିଲେ ଅଭିଯୁକ୍ତ, ଜାଣିବାକୁ ନିମ୍ନ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।

http://odishareporter.in/odisha/dhenkanal-district-president-joshobant-parida-dies-222025

http://odishareporter.in/odisha/bjd-leader-murder-case-8-arrested-224912

Related story