ଚାଲିଗଲେ କେନ୍ଦୁଝରର ଗାନ୍ଧିବାଦୀ ନେତା ଚନ୍ଦ୍ରସେନ

କେନ୍ଦୁଝର(ପ୍ରଣୟ ପାଣି):କେନ୍ଦୁଝର ଜିଲ୍ଲାର ଗାନ୍ଧିବାଦୀ ନେତା ଚନ୍ଦ୍ରସେନ ନାଏକଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଚନ୍ଦ୍ରସେନ ନାଏକ ତେଲକୋଇ ନିର୍ବାଚନମଣ୍ଡଳୀରେ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ। କଂଗ୍ରେସରୁ ସେ ୧୯୮୦- ୧୯୮୫  ଏବଂ ୧୯୯୫- ୨୦୦୦ ପର୍ଯ୍ୟନ୍ତ ଦୁଇ ଥର ତେଲକୋଇ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ। ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଓ ନେତା ଭାବେ ସେ ଉକ୍ତ ଅଂଚଳରେ ଜଣାଶୁଣା ଥିଲେ। ମୁଣ୍ଡରେ ଗାନ୍ଧୀ […]

g78

g78

Tapas Behera
  • Published: Tuesday, 26 March 2019
  • Updated: 26 March 2019, 05:23 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି):କେନ୍ଦୁଝର ଜିଲ୍ଲାର ଗାନ୍ଧିବାଦୀ ନେତା ଚନ୍ଦ୍ରସେନ ନାଏକଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଚନ୍ଦ୍ରସେନ ନାଏକ ତେଲକୋଇ ନିର୍ବାଚନମଣ୍ଡଳୀରେ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ। କଂଗ୍ରେସରୁ ସେ ୧୯୮୦- ୧୯୮୫  ଏବଂ ୧୯୯୫- ୨୦୦୦ ପର୍ଯ୍ୟନ୍ତ ଦୁଇ ଥର ତେଲକୋଇ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ। ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଓ ନେତା ଭାବେ ସେ ଉକ୍ତ ଅଂଚଳରେ ଜଣାଶୁଣା ଥିଲେ।

ମୁଣ୍ଡରେ ଗାନ୍ଧୀ ଟୋପି ଓ ଧଳା କୁର୍ତ୍ତା ପାଇଜାମା ତାଙ୍କୁ ଗାନ୍ଧିବାଦୀ ନେତା ଭାବେ ପରିଚିତ କରିଥିଲା। ଆଜି ତାଙ୍କ ଯୁଙ୍ଗା ସ୍ଥିତ ବାସଭବନରେ ମୃତ୍ୟୁ ଘଟିଛି। ତେବେ ଶେଷ ସମୟରେ ସେ କଂଗ୍ରେସ ଛାଡି ୨୦୦୯ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।  ମୃତ୍ୟୁ ପୂର୍ବରୁ ସେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜଣେ ସଭ୍ୟ ଥିଲେ। ତାଙ୍କ ବିୟୋଗରେ ତେଲକୋଇରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos