ମାଲକାନଗିରି(ଜିତେନ୍ଦ୍ର ବେଉରା): ଭିନ୍ନ ରୂପରେ ପୂର୍ବତନ ବିଧାୟକ। ହାତରେ ଧାନ ବିହନ ଭର୍ତ୍ତି ବାଲ୍ଟି ଧରି ଚାଷ କାମରେ ଲାଗିଛନ୍ତି ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ସୀସା। ମାଲକାନଗିରି ଜିଲ୍ଲାର ଉପାନ୍ତ ଖଇରପୁଟରେ ଜଣେ ସାଧାରଣ ଚାଷୀ ଭଳି ସେ ବିଲରେ ଧାନ ବୁଣୁଥିବା ଦେଖିବାକୁ ମିଳିଛି।
ଚଳିତ ସାଧାରଣ ନିର୍ବାଚନରେ ଡମ୍ବରୁ ସୀସା ଟିକେଟ୍ ପାଇ ନଥିଲେ। ୨୦୧୪ ନିର୍ବାଚନରେ ବଣ୍ଡା ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ସେ ଚିତ୍ରକୋଣ୍ଡା ବିଧାନସଭା ଆସନରେ ବିଜ଼େଡି ଟିକେଟ୍ରେ ଲଢ଼ି ବିଧାୟକ ର୍ନିବାଚିତ ହୋଇଥିଲେ। ହେଲେ ଚଳିତବର୍ଷ ବିଜେଡି ପକ୍ଷରୁ ତାଙ୍କୁ ଆଉ ଟିକେଟ ମିଳି ନଥିଲା। ତାଙ୍କ ସ୍ଥାନରେ ନୂଆମୁହଁ ଭାବେ ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ଦଳୀୟ ଟିକେଟ ମିଳିଥିଲା। ସେ ବିଜୟୀ ମଧ୍ୟ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।