ପାଟକୁରାରେ ବିଜେଡି ଓ ବିଜେପି ଡ୍ରାମା କରୁଛନ୍ତି : ଶ୍ରୀକାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ସରଗରମ ହୋଇଥିବାବେଳେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ‘ଖୋଲା ବୁଝାମଣା’ କଥା ଉଠାଇ ଉଭୟ ବିଜେଡି ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ଏକ ପ୍ରେସ ରିଲିଜରେ ଶ୍ରୀ ଜେନା କହିଛନ୍ତି ଯେ ଏବେ ପାଟକୁରା ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଭିନ୍ନ ସମ୍ବାଦପତ୍ର ଓ ଗଣମାଧ୍ୟମରେ ପ୍ରକାଶିତ ହେଉଛି ଯେ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ହେବ। ବହୁ ମନ୍ତ୍ରୀ […]

expelled-congress-leader-sr

expelled-congress-leader-sr

Tapas Behera
  • Published: Monday, 08 July 2019
  • Updated: 08 July 2019, 09:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ସରଗରମ ହୋଇଥିବାବେଳେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ‘ଖୋଲା ବୁଝାମଣା’ କଥା ଉଠାଇ ଉଭୟ ବିଜେଡି ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି।

ଏକ ପ୍ରେସ ରିଲିଜରେ ଶ୍ରୀ ଜେନା କହିଛନ୍ତି ଯେ ଏବେ ପାଟକୁରା ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଭିନ୍ନ ସମ୍ବାଦପତ୍ର ଓ ଗଣମାଧ୍ୟମରେ ପ୍ରକାଶିତ ହେଉଛି ଯେ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ହେବ। ବହୁ ମନ୍ତ୍ରୀ ଓ ବିଧାୟକ ଏବେ ସବୁ କାମଛାଡ଼ି ସେଠାରେ ବିଭିନ୍ନ ପଞ୍ଚାୟତରେ ଡେରା ପକାଇଛନ୍ତି। କାହିଁକି ଏ ନାଟକ ଚାଲିଛି ବୋଲି ଶ୍ରୀ ଜେନା ପ୍ରଶ୍ନ କରିବା ସହ କହିଛନ୍ତି ଯେ ଗତ ଲୋକସଭା ଓ ବିଧାନସଭା ନିର୍ବାଚନ ପରେପରେ ଉଭୟ ବିଜେଡି ଓ ବିଜେପିର ନେତୃତ୍ୱ ମିଶି ରାଜ୍ୟସଭାକୁ ୩ଜଣଙ୍କୁ ନିଦ୍ୱନ୍ଦ୍ୱରେ ପଠାଇଲେ। ନିଜ ପ୍ରାର୍ଥୀଙ୍କୁ ଜିତାଇବାର ସଂଖ୍ୟା ଥାଇ ବି ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କଲା। କୁହାଗଲା ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ଏହି ‘ଖୋଲା ବୁଝାମଣା’ ହୋଇଛି । ଏପରିକି ସବୁକ୍ଷେତ୍ରରେ ଏବେ ବିଜେଡି, ବିଜେପିର ସମସ୍ତ କାର୍ଯ୍ୟକୁ କେବଳ ସମର୍ଥନ ନୁହେଁ ଦୁଇପାଦ ଆଗକୁ ଯାଇ ପ୍ରଶଂସା କରିବାରେ ବ୍ୟସ୍ତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ବଜେଟକୁ ପ୍ରଂଶସା କରିବାକୁ ପଛାଇ ନାହାନ୍ତି। ଯଦିଓ ଓଡ଼ିଶାକୁ ଏହି ବଜେଟରୁ ୧ଟଙ୍କା ବି ଲାଭ ମିଳିବ ନାହିଁ ।

କେନ୍ଦ୍ର ସରକାର ଦେଶର ୧୭ଟି ପର୍ଯ୍ୟଟନ କେନ୍ଦ୍ରକୁ ବିଶେଷ ମାନ୍ୟତା ଦେବାବେଳେ ଓଡ଼ିଶାର ଗୋଟିଏ ବି ସେହି ତାଲିକାରେ ସ୍ଥାନ ପାଇନାହିଁ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କ, ରତ୍ନଗିରି-ଲଳିତଗିରି-ଉଦୟଗିରିର ବୁଦ୍ଧ ସର୍କିଟ କିମ୍ବା ତଲସାରୀର ସମୁଦ୍ର ବେଳାଭୂମି ପ୍ରଭୃତି ୬ଟି ଜାତୀୟ ଟୁରିଷ୍ଟ ସର୍କିଟ ମଧ୍ୟରୁ ଗୋଟିଏକୁ ବି କେନ୍ଦ୍ର ସରକାର ତାଲିକାରେ ସାମିଲ କଲେନି । ଏନେଇ ଓଡ଼ିଶା ସରକାରଙ୍କ ପ୍ରତିବାଦ ନାହିଁ କିମ୍ବା ଓଡ଼ିଶାର ଜଣେ ବି ସାଂସଦ ମୁହଁ ଖୋଲୁନାହାନ୍ତି।

ଯଦି ଏଭଳି ବୁଝାମଣା ଅଛି ତା’ହେଲେ ପାଟକୁରାବାସୀ ତଥା ଓଡ଼ିଶାବାସୀଙ୍କୁ କାହିଁକି ଏହି ଦୁଇ ଦଳର ନେତୃତ୍ୱ ଠକୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଉଭୟ ଦଳର ନେତୃତ୍ୱ ମିଶି ଜଣକୁ କାହାକୁ ନିର୍ବାଚନରୁ ଓହରାଇ ନିଅନ୍ତୁ ଓ ଅନ୍ୟଜଣଙ୍କୁ ମିଳିତ ପ୍ରାର୍ଥୀ ଭାବେ ଘୋଷଣା କରନ୍ତୁ। ଅଯଥାରେ ଗାଁ ଗଣ୍ଡାରେ ଝଗଡ଼ା-ପଇସା-ମଦ ବାଣ୍ଟିବା ବନ୍ଦ କରନ୍ତୁ। ମନ୍ତ୍ରୀମାନେ ନିଜର ସମୟକୁ ସରକାରୀ କାର୍ଯ୍ୟ ବିଶେଷକରି ‘ଫୋନି’ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ସମସ୍ୟା ଦୂର କରିବାରେ ଳଗାନ୍ତୁ ବୋଲି ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story