ଆଠଗଡ଼(ନୀଳକଣ୍ଠ ଦୋରା): ଜାମିନରେ ଥାଇ କାର୍ଯ୍ୟରେ ଯୋଗ ଦେବାକୁ ଆସିବା ମହଙ୍ଗା ପଡ଼ିଲା। ବନ୍ଧା ହେଲେ କଟକ ଜିଲ୍ଲା ବଡମ୍ବା ଗୋପପୁର ସେକ୍ସନ ଫରେଷ୍ଟର ପ୍ରଦୀପ ପରିଡା ।
ବଡମ୍ବା ଗୋପପୁର ସେକ୍ସନରୁ STF ଦ୍ୱାରା ଜୁନ ମାସରେ ହାତୀ କଙ୍କାଳ ଉଦ୍ଧାର ହୋଇଥିବା ବେଳେ ଏହା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍ ବହୁ ଜଣଙ୍କୁ ଗିରଫ କରିଥିବା ବେଳେ ଫରେଷ୍ଟର ପ୍ରଦୀପ ପରିଡା ଓ ମନୋଜ ଦାସ ଫେରାର ହୋଇ ଯାଇଥିଲେ।
ଫରେଷ୍ଟର ପ୍ରଦୀପ ପରିଡା ନିଜ ନାମରେ ଥିବା ୨ଟି କେସ୍ରେ ଜାମିନ୍ ଆଣିଥିଲେ। ଏହାପରେ ସେ ଗତକାଲି କାର୍ଯ୍ୟରେ ଯୋଗ ଦେବାକୁ ଖୁଣ୍ଟୁଣୀ ରେଞ୍ଜକୁ ଯାଇଥିଲେ । ଏନେଇ ଡିଏଫଓ ଖୁଣ୍ଟୁଣୀ ପୁଲିସ୍କୁ ଖବର ଦେଇଥିବା ବେଳେ ପୁଲିସ୍ ସେଠାରେ ପହଞ୍ଚି ତାଙ୍କୁ ଅନ୍ୟ ଏକ କେସ୍ରେ ଅଟକ ରଖିଥିଲା। ଗତକାଲି ତାଙ୍କୁ ଖୁଣ୍ଟୁଣୀ ଥାନାରେ ଅଟକ ରଖାଯାଇଥିବା ବେଳେ ଆଜି ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ଏହି ଘଟଣାରେ ଫେରାର ଥିବା ଫରଷ୍ଟର ମନୋଜ ଦାସଙ୍କ ଟେର ଏବେବି ପାଉନି ପୁଲିସ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଯୁଦ୍ଧଭୂମିର ଭ୍ରମ; ପୁରୀରେ ଘୁଁ ଘୁଁ ଗର୍ଜନ କରୁଛନ୍ତି ଯୁଦ୍ଧ ଟ୍ୟାଙ୍କ
ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ କେତେ ସଜାଗ ଭାରତୀୟ ନୌସେନା, ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ।
Miscellaneous
ଆମ୍ବଟାକୁଆ ମୃତ୍ୟୁ ଅନାହାରଜନିତ ନୁହେଁ, ଫୁଡ୍ ପଏଜନିଂ ପାଇଁ ହୋଇଛି : ଖାଦ୍ୟଯୋଗାଣ ମନ୍ତ୍ରୀ
ଅନାହାର ଯୋଗୁ ଆମ୍ବଟାକୁଆ ଜାଉ ଖାଇବା ଘଟଣା ସମ୍ପୂର୍ଣ୍ଣ ମିଛ । ବିରୋଧୀ ଦଳ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ।
Miscellaneous
ପାଠଶାଳାରେ ନୂଆ ବିଦ୍ୟାର୍ଥୀ: ରାଧିକା ଓ ଜଗୁ
ଗୋଠ ଛଡା ହେଉ ବା ଶିଶୁ ହାତୀକୁ ତାଲିମ ଦେବା ପାଇଁ କୁମାରଖୁଣ୍ଟିରେ ରହିଛି ପାଠଶାଳା। ଆସାମରୁ ଆସିଥିବା ମାହୁନ୍ତ ଓ ବିଶେଷଜ୍ଞମାନେ ହାତୀଙ୍କୁ ପାଠ ପଢ଼ାଉଛନ୍ତି।
Miscellaneous
ଗୁହାଳରେ ପଶି ବାଛୁରୀ ନେଇଗଲା ବାଘ!
ଉଦଳା ବନାଞ୍ଚଳ ଚଡଦା ଗାଁର ଶଙ୍କର ମାରାଣ୍ଡି ମଙ୍ଗଳବାର ରାତିରେ ନିଜ ଗୁହାଳରେ ବାଛୁରୀ ବାନ୍ଧି ଥିଲେ। କିନ୍ତୁ ଆଜି ସକାଳେ ଗୁହାଳରେ ବାଛୁରୀକୁ ପାଇନଥିଲେ। ବହୁ ଖୋଜା ଖୋଜି ପରେ ବିଲ ମଝିରେ ବାଛୁରୀର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।