ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଭୁବନେଶ୍ଵର ମଣ୍ଡଳ ଅଫିସର୍ସ ଆସୋସିଏସନ୍ ପକ୍ଷରୁ ୪୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାଲେଶ୍ଵର ଜୋନାଲ କାର୍ଯ୍ୟାଳୟର ଅଫିସର ସଂଘ ତରଫରୁ ସ୍ଥାନୀୟ କରୁଣା ଗୌରୀ ଆଶ୍ରୟସ୍ଥଳର ଅନ୍ତେବାସୀଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଇଛି। ଏଥିରେ ଲୋକମାନଙ୍କୁ ପ୍ରେସର୍ କୁକର୍ ଓ କିଛି ନିତ୍ୟ ବ୍ୟବହାର୍ଯ୍ୟ ବାସନକୁସନ ପ୍ରଦାନ କରାଯାଇଛି।
ଆଗକୁ ଏଭଳି ବ୍ୟାଙ୍କ ପକ୍ଷରୁ ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମତ ପ୍ରକାଶ ପାଇଛି। ସହାୟତା ପାଇବା ପରେ ସ୍ଥାନୀୟବାସୀ ଖୁସି ପ୍ରକଟ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜୋନାଲ ସମ୍ପାଦକ ସନତ ସାହୁ, ଜୋନାଲ ସଭାପତି ବିଚିତ୍ରାନନ୍ଦ ବେହେରା, କୋଷାଧ୍ୟକ୍ଷ ମାରିଆନୁସ କୁଜୁର, ବାଲେଶ୍ଵର ଆଞ୍ଚଳିକ ସମ୍ପାଦକ ରାଜେଶ ବେହେରା ଓ ସଭାପତି ଅଶୋକ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସଂଘ ତରଫରୁ ଆଶ୍ରମରେ ବୃକ୍ଷରୋପଣ ସହ ଅନ୍ତେବାସୀଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପରେ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରଘୁବର ଦାସ ହଟିଲେ, ଓଡ଼ିଶାର ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି
ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।
Weather
ଆହୁରି ୪୮ ଘଣ୍ଟା ବର୍ଷା! ତା'ପରେ ବଢ଼ିବ ଶୀତ
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି ଲଘୁଚାପ। ୪୮ ଘଣ୍ଟା ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏଁ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Politics
‘ପାପ’ ଧୋଇବା ଷ୍ଟ୍ରାଟେଜୀ ମାରିଲା ଫେଲ୍: ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ରହିଛି ଜବାବ, ତଥାପି ପ୍ରଶ୍ନ କରିଛି ବିଜେଡି
ନିର୍ବାଚନ କମିଶନଙ୍କୁ ବିଜେଡି ପଚାରିଥିବା ପ୍ରଶ୍ନର ଉତ୍ତର ପୂର୍ବରୁ ଦେଇ ସାରିଛନ୍ତି କମିଶନ। ପ୍ରତିଷ୍ଠା ଦିବସ ଓ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାରେ ଆନୁଷ୍ଠାନିକ ଭାବେ ପୁଣିଥରେ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ାଇବାକୁ ଆରମ୍ଭ ହୋଇଛି ଉଦ୍ୟମ।
Politics
ନୂଆବର୍ଷରେ ନୂଆ ପିସିସି ସଭାପତି! ଲବି କାମ ଦେବନି କହିଲେ ମୋକିମ
ବର୍ଷ ଆରମ୍ଭରୁ ନୂଆ ମଙ୍ଗୁଆଳଙ୍କୁ ଧରି ମଇଦାନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ। ହେଲେ ଲବି ନୁହେଁ, ବରଂ କୋରାପୁଟରୁ ପୁରୀ ଯାଏଁ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ, ତାଙ୍କୁ ହିଁ ଏଆଇସିସି ଦାୟିତ୍ୱ ଦେବ ବୋଲି କହିଛନ୍ତି ମହମ୍ମଦ ମୋକିମ୍।
Miscellaneous
ପାରାଦୀପ ବନ୍ଦରରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର
ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି ପାରାଦୀପ ସାମୁଦ୍ରିକ ଥାନା ପୁଲିସ। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଫରେନ୍ସିକ ପରୀକ୍ଷା ପାଇଁ ପଠାଯିବ।