୨୩ରେ ପାଦ ଥାପିଲା ବିଜେଡି ; ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଜେଡିର ପ୍ରତିଷ୍ଠା ଦିବସ। ୨୨ ପୂରା କରି ୨୩ବର୍ଷରେ ପଦାପର୍ଣ କରିଛି ଦଳ। ସବୁ ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳିତ ହେବ। ଭୁବନେଶ୍ୱରରେ ପ୍ରତିଷ୍ଠା ଦିବସ ପାଳନକୁ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ପଞ୍ଚମ ଥର କ୍ଷମତା ହାତେଇବା ପରେ ପ୍ରଥମ ପ୍ରତିଷ୍ଠା ଦିବସରେ କ’ଣ ବାର୍ତ୍ତା ଦେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଫୋକସରେ ରହିଛି 5-T,    ମୋ […]

BJD-Flag

Jyoshna Pradhan
  • Published: Thursday, 26 December 2019
  • , Updated: 26 December 2019, 08:22 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଜେଡିର ପ୍ରତିଷ୍ଠା ଦିବସ। ୨୨ ପୂରା କରି ୨୩ବର୍ଷରେ ପଦାପର୍ଣ କରିଛି ଦଳ। ସବୁ ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳିତ ହେବ। ଭୁବନେଶ୍ୱରରେ ପ୍ରତିଷ୍ଠା ଦିବସ ପାଳନକୁ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ପଞ୍ଚମ ଥର କ୍ଷମତା ହାତେଇବା ପରେ ପ୍ରଥମ ପ୍ରତିଷ୍ଠା ଦିବସରେ କ’ଣ ବାର୍ତ୍ତା ଦେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଫୋକସରେ ରହିଛି 5-T,    ମୋ ସରକାର ସମେତ ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା। ଏଥିସହ ମହାନଦୀ ଓ ପୋଲାଭରମ  ପ୍ରସଙ୍ଗରେ ଲଢେଇ ଜାରି ରଖିବାକୁ ଦଳରେ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବାବେଳେ ବିଜେପି କଡା ସମାଲୋଚନା କରିଛି। ବିଜେଡି ସରକାର ରାଜ୍ୟରେ ୨୦ ବର୍ଷ ଧରି ଶାସନ କରିଥିଲେ ମଧ୍ୟ ସରକାରଙ୍କ ବିକାଶର ମାପଦଣ୍ଡରେ ରାଜ୍ୟ ପଛକୁ ପଛକୁ ଯାଉଛି। ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି।  ୧୦୦ରୁ ଅଧିକ ଡାକ୍ତରଖାନାରେ ଡାକ୍ତର ନାହାନ୍ତି।  କାଳିଆ ଯୋଜନା ପ୍ରତିଶ୍ରୁତି ରାଜ୍ୟବାସୀଙ୍କ ପାଇଁ ପାଣିର ଗାର ପାଲଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆହୁରି ୨୪ ଲକ୍ଷ ଲୋକ ପ୍ରଥମ କିସ୍ତି ପାଇନାହାନ୍ତି।

୨୦ ବର୍ଷ ପରେ ବି ରାଜ୍ୟର ସମସ୍ତ ଚାଷଜମିକୁ ସରକାର ପାଣି ଯୋଗାଇ ପାରିନାହାନ୍ତି। ପାନୀୟ ଜଳ ପାଇବାରୁ ଲୋକେ  ବଞ୍ଚିତ  ହୋଇଛନ୍ତି। ଫୋନି ବାତ୍ୟାରେ ପ୍ରକୃତି ହିତାଧିକାରୀଙ୍କୁ ଛାଡି ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିବା ଭଳି ଅନେକ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି।

Related story