ବନ୍ଧା ହେଲା ବୟଫ୍ରେଣ୍ଡ, ଆଉ ୩ ହାତରେ ବି ପଡ଼ିଲା ହାତକଡ଼ି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବହୁ ଚର୍ଚ୍ଚିତ ରାଉରକେଲାର ଗଣଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଛେଣ୍ଡ ଥାନା ପୁଲିସ l ସେପ୍ଟେମ୍ବର ୧୫ ତାରିଖ ରାତିରେ ହୋଇଥିଲା ଏହି ଗଣଦୁଷ୍କର୍ମ l ଦୁଇଟି ବୋଲେରୋରେ ଯୁବତୀଙ୍କୁ ନେଇ ରାଉରକେଲା ଆସିଥିଲେ ଅଭିଯୁକ୍ତ। ପରେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା l ଗିରଫ ୪ ଯୁବକ ମାନଙ୍କ ମଧ୍ୟରୁ ଜଣେ ହେଉଛି ତାର ପୁରୁଷ ବନ୍ଧୁ l ପୁରୁଷ ବନ୍ଧୁ ଯୁବତୀକୁ ବିବାହର […]

rape victim

Tapas Behera
  • Published: Saturday, 26 September 2020
  • , Updated: 26 September 2020, 01:44 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବହୁ ଚର୍ଚ୍ଚିତ ରାଉରକେଲାର ଗଣଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଛେଣ୍ଡ ଥାନା ପୁଲିସ l ସେପ୍ଟେମ୍ବର ୧୫ ତାରିଖ ରାତିରେ ହୋଇଥିଲା ଏହି ଗଣଦୁଷ୍କର୍ମ l ଦୁଇଟି ବୋଲେରୋରେ ଯୁବତୀଙ୍କୁ ନେଇ ରାଉରକେଲା ଆସିଥିଲେ ଅଭିଯୁକ୍ତ। ପରେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା l

ଗିରଫ ୪ ଯୁବକ ମାନଙ୍କ ମଧ୍ୟରୁ ଜଣେ ହେଉଛି ତାର ପୁରୁଷ ବନ୍ଧୁ l ପୁରୁଷ ବନ୍ଧୁ ଯୁବତୀକୁ ବିବାହର ପ୍ରଲୋଭନ ଦେଖାଇ ବହୁବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଗିରଫ ୪ ଯୁବକ ମାନଙ୍କ ନାମରେ ପୂର୍ବରୁ ମାମଲା ମଧ୍ୟ ରହିଛି l ପୁଲିସ ଏମାନଙ୍କ ଠାରୁ ଦୁଇଟି ବୋଲେରୋ, ତିନୋଟି ମୋବାଇଲ ଜବତ କରିଛି।

Related story