ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ୪ ମିର୍ ଜାଫର !

ବାଲେଶ୍ୱର (ଓଡ଼ିଶା ରିପୋର୍ଟର )ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ  ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରେ କାମ କରୁଥିଲେ। ଯେଉଁମାନେ ବିଦେଶୀ ସଂସ୍ଥା ଏବଂ  ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କ୍‌ରେ ରହି […]

ioq

Tapas Behera
  • Published: Tuesday, 14 September 2021
  • , Updated: 14 September 2021, 07:44 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର )ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ  ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରେ କାମ କରୁଥିଲେ। ଯେଉଁମାନେ ବିଦେଶୀ ସଂସ୍ଥା ଏବଂ  ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କ୍‌ରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଉଛିା ଯାହାର ପକ୍କା ତଥ୍ୟ ପାଇବା ପରେ ତନାଘନା କରି ଏହି ୪ ଜଣଙ୍କୁ ଗିରଫ  କରିବା ସହ ସତ ଉଗାଳିବାକୁ ଚେଷ୍ଟା କରୁଛି ପୁଲିସ।

ଦେଶରେ ରହି ଦେଶ ବିରୋଧୀ ଷଡ଼ଯନ୍ତ୍ରର ସାଂଘାତିକ ଅଭିଯୋଗ। ଶତ୍ରୁପକ୍ଷ ସହ ହାତ ମିଳାଇ ଦେଶର ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପ୍ରଘଟ । ପାକିସ୍ତାନୀ ଗୁଇନ୍ଦା  ସଂସ୍ଥା ISI ସହ ଥିଲେ ଲିଙ୍କରେ।   ଏଭଳି ଆଶଙ୍କା ଆଉ ଅଭିଯୋଗକୁ ନେଇ ଏବେ କମ୍ପନ । କାରଣ ଦେଶର ସୁରକ୍ଷା ପାଇଁ ଯେଉଁଠୁ ମିଜାଇଲ୍ ଓ ଅନ୍ୟ ଯୁଦ୍ଧାସ୍ତ୍ର ପରୀକ୍ଷଣ ହୁଏ, ଶତ୍ରୁପକ୍ଷଙ୍କ  ହାତକୁ ଯାଇଛି ସେହି ସ୍ଥାନର ସମ୍ବେଦନଶୀଳ ତଥ୍ୟ । ଆଉ ଏଭଳି ଦେଶଦ୍ରୋଯ କାର୍ଯ୍ୟକଳାପ ସହ ଜଡ଼ିତ ୪ ସନ୍ଦିଗ୍ଦଙ୍କୁ ବାନ୍ଧିଛି ବାଲେଶ୍ୱର ପୁଲିସ।  ସେମାନଙ୍କ ମଧ୍ୟରେ ଅଛନ୍ତି ବସନ୍ତ  ବେହେରା, ପ୍ରକାଶ ବେହେରା ଏବଂ ଶେଖ୍ ମୁସାକ୍ । ଏମାନେ ସମସ୍ତେ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବୋଲି ସୂଚନା ମିଳିଛି । ଯେଉଁମାନେ ITR ପରିସରରେ ଠିକା ଶ୍ରମିକ  ଭାବେ କାମ କରୁଥିଲେ। କିନ୍ତୁ ବିଦେଶୀ ସଂସ୍ଥା ସହ ଲିଙ୍କରେ ରହି ପ୍ରଘଟ କରୁଥିଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏ ସମ୍ପର୍କିତ ଠୋସ୍ ପ୍ରମାଣ ପାଇବା ପରେ ଗତ ୩ଦିନ ଧରି ଜାଲ ବିଛାଇଥିବା  ବାଲେଶ୍ୱର ପୁଲିସର ସ୍ପେଶାଲ ସ୍କ୍ୱାର୍ଡ଼।  ଆଜି ସକାଳୁ ସମସ୍ତଙ୍କୁ ଘରୁ ଉଠାଇନେବା ସହ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ୪ ଅଭିଯୁକ୍ତଙ୍କ ମଧ୍ୟରୁ ବସନ୍ତ ବେହେରା ହେଉଛି ମାଷ୍ଟରମାଇଣ୍ଡ । ଯିଏ ୩ ନମ୍ବର ଲଞ୍ଚ ପ୍ୟାଡ୍‌ରେ AC ଅପରେଟର୍ ଥିଲା । ଅନ୍ୟ ୩ ଜଣ ମଧ୍ୟ  ଲଞ୍ଚପ୍ୟାଡ୍‌ରେ ଠିକା ଶ୍ରମିକ ଭାବେ କାମ କରୁଥିଲେ । ବସନ୍ତ ପାଖକୁ ଇଣ୍ଟରନ୍ୟାସନାଲ୍ ଫୋନ୍ କଲ୍ ଆସୁଥିଲା ପାକିସ୍ତାନ-ରାଜସ୍ଥାନ ସୀମାନ୍ତରୁ।  ସେହି ଫୋନ୍ କଲ୍ ମାଧ୍ୟମରେ ଏହି  ୪ଜଣ ଯୋଗାଯୋଗରେ ଥିଲେ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବଂ ବିଦେଶୀ ସଂସ୍ଥା ସହ ତଥ୍ୟ ପ୍ରଘଟ ବାବଦକୁ ଏମାନେ ମୋଟା ଅଙ୍କର ପାଉଣା ପାଉଥିଲେ । ଶେଷରେ ଗୁଇନ୍ଦା ତଥ୍ୟ  ଆଧାରରେ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ୬ ଜଣିଆ ଟିମ୍। ଏହାପରେ ଗତ ୩ ଦିନ ଧରି ତନାଘନା କରି ଶେଷରେ ଆଜି ଏହି ୪ ଜଣଙ୍କୁ ଗିରଫ କରିବା ସହ  ଏମାନଙ୍କଠୁ ସତ ଉଗାଳୁଛି।

ପାକିସ୍ଥାନ ଗୁଇନ୍ଦା ସଂସ୍ଥା ISIକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପ୍ରଘଟ ନୂଆ ନୁହେଁ । ୨୦୧୫ରେ ଚାନ୍ଦିପୁର ITRର ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ଗିରଫ କରି ଜେଲ୍  ପଠାଇଥିଲା ପୁଲିସ । ଦେଶଦ୍ରୋହ ମାମଲାରେ ଈଶ୍ୱର ଜେଲରେ କାଟୁଛି ଆଜୀବନ ସଜା । ୬ ବର୍ଷ ପରେ ପୁଣି ଥରେ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଲିକ୍ ଆଶଙ୍କାରେ ୪ ଠିକା କର୍ମଚାରୀଙ୍କୁ  ଧରିବା ପରେ ଏମାନେ ବାସ୍ତବରେ କାହା ପାଇଁ ସାଜିଥିଲେ ଗୁପ୍ତଚର ? କେଉଁ କେଉଁ ତଥ୍ୟ ଏମାନେ ପ୍ରଘଟ କରିଛନ୍ତି ? ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ? କେତେଦିନ ଧରି ପ୍ରତିରକ୍ଷା  ସମ୍ପର୍କିତ ଗୁପ୍ତ ତଥ୍ୟ ଦେଇ ଚାଲୁଥିଲେ ଶତ୍ରୁପକ୍ଷଙ୍କୁ ? ଏମିତି ଏକାଧିକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି।

Related story