ଡମ୍ପର ପଛରେ ପିଟି ହେଲା କାର୍‌; ୪ ମୃତ

ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା କୁଣ୍ଡପୁର ନିକଟରେ ୬୦ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଡମ୍ପର ପଛରେ ପିଟି ହେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ମଧ୍ୟରେ ଜଣେ ଶିଶୁ ଅଛି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ତୋଫାନୀ ରଣା, ତାଙ୍କ ସ୍ତ୍ରୀ କଳ୍ପନା ରଣା, ସୁବି ରଞ୍ଜନ ପରିଡ଼ା ଓ ରବି ରଣା। ରବି […]

caraccident

Jitendra Garnayak
  • Published: Sunday, 07 April 2019
  • , Updated: 07 April 2019, 09:57 AM IST

ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା କୁଣ୍ଡପୁର ନିକଟରେ ୬୦ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଡମ୍ପର ପଛରେ ପିଟି ହେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ମଧ୍ୟରେ ଜଣେ ଶିଶୁ ଅଛି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମୃତକମାନେ ହେଲେ ତୋଫାନୀ ରଣା, ତାଙ୍କ ସ୍ତ୍ରୀ କଳ୍ପନା ରଣା, ସୁବି ରଞ୍ଜନ ପରିଡ଼ା ଓ ରବି ରଣା। ରବି କାର୍ ଚଲାଉଥିଲେ।

ତୋଫାନୀଙ୍କ ଘର ପାଇକସିଧା ଗାଁରେ ହୋଇଥିବା ବେଳେ ସୁବି ଚୁରମରାର ବାସିନ୍ଦା। ସେହିପରି ରବିଙ୍କ ଘର ଖଗଡ଼ପାଳ ଗାଁରେ।

ଗତକାଲି ରାତି ପ୍ରାୟ ୨ଟା ବେଳେ ଏ ଦୁର୍ଘଟଣା ଘଟିଥିଲା। ଏମାନେ ସମସ୍ତେ ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିବା ବେଳେ କୁଣ୍ଡପୁର ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ କାର୍‌ଟି ପିଟି ହୋଇଯାଇଥିଲା। ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ବସ୍ତା ଡାକ୍ତରଖାନାରେ ପ୍ରାଣ ହରାଇଥିଲେ।

Related story