ଭାଙ୍ଗିଗଲା ରାମ ଦୋଳି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ୧୬ ନମ୍ୱର ସେକ୍ଟର ସ୍ଥିତ ଦୁର୍ଗାପୂଜା ପଡ଼ିଆରେ ରାମ ଦୋଳି ଲଗାଯାଉଥିବା ବେଳେ ଏହା ଭାଙ୍ଗିଯିବାରୁ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍‌ରେ  ଭର୍ତ୍ତି କରାଯାଇଥିଲା। ଆହତ ଶ୍ରମିକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଆହତ ତିନି ଜଣ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ହେଲେ ନାବାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାକୁ ଛଡ଼ା ଯାଇ ନାହିଁ। ଏହି ଘଟଣା ପରେ ସମସ୍ତ […]

rkl

Jyoshna Pradhan
  • Published: Sunday, 29 September 2019
  • , Updated: 29 September 2019, 02:03 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ୧୬ ନମ୍ୱର ସେକ୍ଟର ସ୍ଥିତ ଦୁର୍ଗାପୂଜା ପଡ଼ିଆରେ ରାମ ଦୋଳି ଲଗାଯାଉଥିବା ବେଳେ ଏହା ଭାଙ୍ଗିଯିବାରୁ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍‌ରେ  ଭର୍ତ୍ତି କରାଯାଇଥିଲା। ଆହତ ଶ୍ରମିକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି।

ଆହତ ତିନି ଜଣ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ହେଲେ ନାବାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାକୁ ଛଡ଼ା ଯାଇ ନାହିଁ। ଏହି ଘଟଣା ପରେ ସମସ୍ତ ପୂଜା ପେଣ୍ଡାଲରେ ଲାଗୁଥିବା ଦୋଳିର ମାନ ଯାଞ୍ଚ କରିବାକୁ ଏସ୍‌ପି ନିର୍ଦେଶ ଦେଇଛନ୍ତି।

Related story