ସମାଲୋଚନା ପରେ ସୁଧୁରିଲେ, ଗୋଟିଏ ହେଲିକପ୍ଟରରେ ଗଲେ ୪ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପାଇଁ ଆର୍ଥିକ କଟକଣା ମଧ୍ୟରେ ରାଜ୍ୟର ମନ୍ତ୍ରୀମାନଙ୍କ ହେଲିକପ୍ଟରରେ ବୁଲିବାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା ହେବାପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ ପାଇଁ ଆବଣ୍ଟିତ ଜିଲ୍ଲାକୁ ଗସ୍ତ ନିମନ୍ତେ ୪ ମନ୍ତ୍ରୀଙ୍କୁ ସରକାର ଗୋଟିଏ ହେଲିକପ୍ଟରରେ ଯିବାକୁ ଅନୁମତି ଦେଇଛନ୍ତି। ଏହି ହେଲିକପ୍ଟର ରାୟଗଡ଼ା, ନବରଙ୍ଗପୁର,ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସ୍ୱାଧୀନତା ଦିବସ ସମାରୋହର ମୁଖ୍ୟ ଅତିଥି ଭାବେ ସାମିଲ ହେଉଥିବା […]

halecepter

halecepter

Manoranjan Sial
  • Published: Friday, 14 August 2020
  • Updated: 14 August 2020, 08:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପାଇଁ ଆର୍ଥିକ କଟକଣା ମଧ୍ୟରେ ରାଜ୍ୟର ମନ୍ତ୍ରୀମାନଙ୍କ ହେଲିକପ୍ଟରରେ ବୁଲିବାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା ହେବାପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ ପାଇଁ ଆବଣ୍ଟିତ ଜିଲ୍ଲାକୁ ଗସ୍ତ ନିମନ୍ତେ ୪ ମନ୍ତ୍ରୀଙ୍କୁ ସରକାର ଗୋଟିଏ ହେଲିକପ୍ଟରରେ ଯିବାକୁ ଅନୁମତି ଦେଇଛନ୍ତି। ଏହି ହେଲିକପ୍ଟର ରାୟଗଡ଼ା, ନବରଙ୍ଗପୁର,ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସ୍ୱାଧୀନତା ଦିବସ ସମାରୋହର ମୁଖ୍ୟ ଅତିଥି ଭାବେ ସାମିଲ ହେଉଥିବା ୪ ମନ୍ତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଛାଡ଼ିବ ଓ ଆସନ୍ତାକାଲି ପୁଣିଥରେ ସେମାନଙ୍କୁ ସେଠାରୁ ଧରି ଭୁବନେଶ୍ୱର ଅଭିମୁଖେ ଫେରିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରତାପ ଜେନା-ମାଲକାନଗିରି, ପ୍ରେମାନନ୍ଦ ନାୟକ-ରାୟଗଡ଼ା, ରଘୁନନ୍ଦନ ଦାସ- ନବରଙ୍ଗପୁର ଓ ତୁଷାରକାନ୍ତି ବେହେରା-କୋରାପୁଟ ଜିଲ୍ଲାରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ। ଏହି ମନ୍ତ୍ରୀମାନେ ଆଜି ପୂର୍ବାହ୍ନ ୧୧ଟାରେ ଗୋଟିଏ ହେଲିକପ୍ଟରରେ ଭୁବନେଶ୍ୱର ବିମାନ ବନ୍ଦରରୁ ସେମାନଙ୍କ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଛନ୍ତି। ହେଲିକପ୍ଟରଟି ଭୁବନେଶ୍ୱରରୁ ସିଧାସଳଖ ରାୟଗଡ଼ା ଯାଇ ସେଠାରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କୁ ଓହ୍ଲାଇଥିଲା। ତା’ପରେ ନବରଙ୍ଗପୁରରେ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ମାଲକାନଗିରିରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଓହ୍ଲାଇବା ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଧରି କୋରାପୁଟ ଯାଇଥିଲା। ସେଠାରେ ଅପରାହ୍ନ ୩ଟାରେ ପହଂଚିବାପରେ ରାତି ରହଣୀ କରିଛି। ଏହି ହେଲିକପ୍ଟର ଆସନ୍ତାକାଲି ଦିନ ୧ଟାରେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ କୋରାପୁଟରୁ ଧରି ମାଲକାନଗିରି ଆସିବ। ସେଠାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଣିବା ପରେ ନବରଙ୍ଗପୁର ଆସି ମନ୍ତ୍ରୀ ଶ୍ରୀ ଦାସ ଓ ରାୟଗଡ଼ାରୁ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ଧରି ଭୁବନେଶ୍ୱର ଅଭିମୁଖେ ଫେରିବ। କାର୍ଯ୍ୟସୂଚୀ ଅନୁସାରେ ଭୁବନେଶ୍ୱରରେ ହେଲିକପ୍ଟରଟି ଅପରାହ୍ନ ୪ଟା ୪୫ମନିିଟରେ ପହଂଚିବ।

ସୂଚନାଯୋଗ୍ୟ, ପ୍ଲାଜମା ଦାନ ପ୍ରତି ସଚେତନତା ସୃଷ୍ଟି କରିବା ନାଁରେ ରାଜ୍ୟରେ କରୋନା କଟକଣା ଥିବାବେଳେ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ତୁଷାରକାନ୍ତି ବେହେରାଙ୍କ ହେଲିକପ୍ଟରରେ ଗତ ମାସରେ ନବରଙ୍ଗପୁର ଓ ମାଲକାନଗିରି ଯାଇଥିବାକୁ ନେଇ ବିରୋଧୀ ଦଳ ତୀବ୍ର ସମାଲୋଚନା କରିଥିଲା। ସେମାନଙ୍କ ପୂର୍ବରୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମଧ୍ୟ ନବରଙ୍ଗପୁର ଗସ୍ତରେ ଯାଇଥିଲେ। ଆର୍ଥିକ କଟକଣାବେଳେ ହେଲିକପ୍ଟର ଉଡ଼ାକୁ ନେଇ ସବୁ ମହଲରୁ ସମାଲୋଚନା ହେବାପରେ ସରକାର ନିଜକୁ ସୁଧାରିବାକୁ ପ୍ରୟାସ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos