ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣ ଭଦ୍ରକର ଓ ଜଣେ ବାଲେଶ୍ୱରର। ବର୍ତ୍ତମାନ ଭଦ୍ରକରେ ୧୯ ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ସଂଖ୍ୟା ୧୨ରେ ପହଞ୍ଚିଛି। ସେହିପରି ବାଲେଶ୍ୱରରେ ୨୧ଜଣ ସଂକ୍ରମିତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଏବେବି ରାଜ୍ୟରେ ୧୦୧ଟି ଆକ୍ଟିଭ କେଶ ମଧ୍ୟ ରହିଛି। ସେହିପରି ବାଲେଶ୍ୱରରେ ୧୭ […]

28_04_2020-corona-patient_20228987

Tapas Behera
  • Published: Sunday, 03 May 2020
  • , Updated: 03 May 2020, 10:03 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣ ଭଦ୍ରକର ଓ ଜଣେ ବାଲେଶ୍ୱରର। ବର୍ତ୍ତମାନ ଭଦ୍ରକରେ ୧୯ ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ସଂଖ୍ୟା ୧୨ରେ ପହଞ୍ଚିଛି। ସେହିପରି ବାଲେଶ୍ୱରରେ ୨୧ଜଣ ସଂକ୍ରମିତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪ ଜଣ ସୁସ୍ଥ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଏବେବି ରାଜ୍ୟରେ ୧୦୧ଟି ଆକ୍ଟିଭ କେଶ ମଧ୍ୟ ରହିଛି। ସେହିପରି ବାଲେଶ୍ୱରରେ ୧୭ ଓ ଭଦ୍ରକରେ ୭ଟି ଆକ୍ଟିଭ କେଶ୍‌ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ ରେଡ୍‌ ଜୋନ୍‌ରେ ଥିବା ଏହି ୨ଜିଲ୍ଲା ପାଇଁ ଏହା ଏକ ଆଶ୍ୱସ୍ତିକର ଖବର। ପ୍ରକାଶଥାଉକି ଯାଜପୁର, ଭଦ୍ରକ, ବାଲେଶ୍ୱର ସମେତ ଭୁବନେଶ୍ୱରରେ ଅଧିକ ସଂକ୍ରମିତ ଥିବାରୁ ଏସବୁକୁ ରେଡ୍‌ ଜୋନ୍‌ରେ ରଖାଯାଇଛି।

Related story