ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ବାହାରିଗଲେ, ଅଭିଯୋଗକାରିଣୀ ଫସିଗଲେ, କୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ

ଫୁଲବାଣୀ (ତ୍ରିନାଥ ସାହୁ): ୪ ଜଣଙ୍କ ବିରୋଧରେ ଆସିଥିଲା ଗଣଦୁର୍ଷ୍କମ ଅଭିଯୋଗ। ଫାଷ୍ଟ୍ ଟ୍ରାକ୍ କୋର୍ଟରେ ମାମଲାର ଚାଲିଥିଲା ବିଚାର। ଶେଷରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। କିନ୍ତୁ ଅଭିଯୋଗକାରିଣୀ ଫସି ଯାଇଛନ୍ତି। ତାଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀରେ। ସରକାରୀ ଓକିଲ ବିଜୟ ପଟ୍ଟନାୟକ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ଗତ ବର୍ଷ ମେ’ ମାସରେ ସଦର ଥାନାରେ ଏହି […]

Court

Court

Jitendra Garnayak
  • Published: Saturday, 25 December 2021
  • Updated: 25 December 2021, 09:08 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ୪ ଜଣଙ୍କ ବିରୋଧରେ ଆସିଥିଲା ଗଣଦୁର୍ଷ୍କମ ଅଭିଯୋଗ। ଫାଷ୍ଟ୍ ଟ୍ରାକ୍ କୋର୍ଟରେ ମାମଲାର ଚାଲିଥିଲା ବିଚାର। ଶେଷରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। କିନ୍ତୁ ଅଭିଯୋଗକାରିଣୀ ଫସି ଯାଇଛନ୍ତି। ତାଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀରେ।

ସରକାରୀ ଓକିଲ ବିଜୟ ପଟ୍ଟନାୟକ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ଗତ ବର୍ଷ ମେ’ ମାସରେ ସଦର ଥାନାରେ ଏହି ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ଯୁବତୀ ଜଣଙ୍କ ନିଜେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରିଥିଲା। ଯୁବତୀଙ୍କ ବୟାନ ରେକର୍ଡ କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ୧୬୪ ସିଆର୍‌ପିସିରେ ମଧ୍ୟ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଡାକ୍ତରୀ ମାଇନା ବି ହୋଇଥିଲା। ସବୁ ପ୍ରକ୍ରିୟା ସରିବା ପରେ ପୁଲିସ୍ ୪ ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା।ତେବେ ଯେତେବେଳେ କୋର୍ଟରେ ଶୁଣାଣି ହେଲା ଅଭିଯୋଗ ଆଣିଥିବା ଯୁବତୀ ଜଣଙ୍କ ନିଜ ମତ ବଦଳାଇଥିଲେ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଚାର ବେଳେ ଗଣଦୁଷ୍କର୍ମ ଘଟଣାକୁ ଅଭିଯୋଗକାରିଣୀ ଅସ୍ୱୀକାର କରିଥିଲେ। ମାଜିଷ୍ଟ୍ରେଟଙ୍କ ଆଗରେ ଦେଇଥିବା ବୟାନକୁ ମଧ୍ୟ ଅସ୍ୱୀକାର କରିଥିଲେ। ଅନ୍ୟ ସାକ୍ଷୀମାନେ ମଧ୍ୟ ଭିନ୍ନ ଭିନ୍ନ ମତ ରଖିଥିଲେ। ତେଣୁ ଏସବୁ କଥାକୁ ବିଚାରକୁ ନେବା ପରେ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ନଥିବାରୁ ସେମାନଙ୍କୁ ଫାଷ୍ଟ୍ ଟ୍ରାକ୍ ସ୍ପେଶାଲ୍ ଜଜ୍ ନିର୍ଦ୍ଦୋଷରେ ଖଲାସ କରିଥିଲେ। କିନ୍ତୁ ଅଭିଯୋଗକାରିଣୀ କୋର୍ଟରେ ଯେଉଁ ମତ ରଖିଥିଲେ, ତାହା ସତ ନୁହେଁ ବୋଲି କୋର୍ଟଙ୍କ ହୃଦ୍‌ବୋଧ ହୋଇଥିଲା। ତେଣୁ ତାଙ୍କ ବିରୋଧରେ ଆଇପିସିର ଧାରା ୧୯୩ ଅନୁଯାୟୀ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ସେହି ପ୍ରକ୍ରିୟା ଚାଲିଛି।

ସେ କହିଛନ୍ତି, ଏହା ପରେ ଉକ୍ତ ଯୁବତୀଙ୍କୁ ନୋଟିସ୍ କରାଯିବ। ଯେମିତି ତଦନ୍ତ ହେବା କଥା ସେମିତି ହେବ। ଏହା ସହିତ କୋର୍ଟ ଆଉ ଏକ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ପୀଡ଼ିତାଙ୍କୁ ଯେଉଁ କ୍ଷତିପୂରଣ ଦିଆଯିବା କଥା, ତାକୁ ବର୍ତ୍ତମାନ ନ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ନସରିବା ପର୍ଯ୍ୟନ୍ତ ଉକ୍ତ ଯୁବତୀଙ୍କୁ କୌଣସି କ୍ଷତିପୂରଣ ନ ଦେବାକୁ କୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ପାଇଁ ପୁଲିସ୍‌ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଅଭିଯୁକ୍ତମାନଙ୍କ ଓକିଲ ବିଜୟ ମହାନ୍ତି। ସେ କହିଛନ୍ତି, ବିଚାର ବେଳେ ଅଭିଯୋଗକାରିଣୀ, ତାଙ୍କର ୪ ସହଯୋଗୀ ଓ ପରିବାର ଲୋକେ ଦୁଷ୍କର୍ମ ହୋଇନି ବୋଲି କହିଥିଲେ। ଅଭିଯୋଗକାରିଣୀ ଓ ତାଙ୍କର ସାଙ୍ଗମାନେ କହିଥିଲେ ଯେ ଘଟଣା ଦିନ ସନ୍ଧ୍ୟାରେ ସେମାନେ ବାହାରେ ବୁଲାବୁଲି କରୁଥିବା ବେଳେ ଅଭିଯୁକ୍ତମାନେ ସେହି ବାଟ ଦେଇ ଯାଇଥିଲେ ଏବଂ ସେମାନଙ୍କୁ ଗାଳିମନ୍ଦ କରିଥିଲେ। ତା’ପରେ ସେମାନେ ଘରକୁ ଫେରି ଯାଇଥିଲେ। ଏହାର ୭ ଦିନ ପରେ ପୁଲିସ୍ ଅଭିଯୋଗକାରିଣୀଙ୍କୁ ଡାକିଥିଲା ଓ କାଗଜରେ କ’ଣ ଲେଖି ଦସ୍ତଖତ କରିବାକୁ କହିଥିଲା। ସେଥିରେ କ’ଣ ଲେଖାଯାଇଥିଲା, ତାହା ସେ ଜାଣି ନଥିଲେ ବୋଲି ଅଭିଯୋଗକାରିଣୀ କୋର୍ଟରେ କହିଥିଲେ। ସେହିଭଳି ପୁଲିସ୍ ଯେମିତି କହିଥିଲା ସେହି ପ୍ରକାରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ଦେଇଥିଲେ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos