ଆଉ ୬ ବିଧାୟକଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ୬ଜଣ ବିଧାୟକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ବିଧାନସଭା ପରିସରରେ କୋଭିଡ୍ ପରୀକ୍ଷା କରାଯାଇଥିବାବେଳେ ଆଉ ୬ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ  ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ଦେବୀପ୍ରସାଦ ମିଶ୍ର, ଉମାକାନ୍ତ ସାମନ୍ତରାୟ, ପ୍ରଶାନ୍ତ ଜଗଦେବ, ଭାଗିରଥୀ ସେଠୀ ଓ ବିଷ୍ଣୁ ବ୍ରତ ରାଉତରାୟ କୋଭିଡ୍ ସଂକ୍ରମିତ ଥିବା […]

corona-2.4

corona-2.4

Tapas Behera
  • Published: Monday, 28 September 2020
  • Updated: 28 September 2020, 06:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ୬ଜଣ ବିଧାୟକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।
ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ବିଧାନସଭା ପରିସରରେ କୋଭିଡ୍ ପରୀକ୍ଷା କରାଯାଇଥିବାବେଳେ ଆଉ ୬ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ  ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ଦେବୀପ୍ରସାଦ ମିଶ୍ର, ଉମାକାନ୍ତ ସାମନ୍ତରାୟ, ପ୍ରଶାନ୍ତ ଜଗଦେବ, ଭାଗିରଥୀ ସେଠୀ ଓ ବିଷ୍ଣୁ ବ୍ରତ ରାଉତରାୟ କୋଭିଡ୍ ସଂକ୍ରମିତ ଥିବା ସୂଚନା ମିଳିଛି । ବିଧାୟକ ଶ୍ରୀ ମିଶ୍ର ଓ ଭାଗିରଥୀ ସେଠୀ ପୂର୍ବରୁ କରୋନା ସଂକ୍ରମିତ ଥିବାବେଳେ ଏବେବି ସେମାନଙ୍କ ଦେହରେ କରୋନା ଲକ୍ଷଣ ରହିଛି।
ଉଲ୍ଲେଖଯୋଗ୍ୟ, ବିଧାନସଭା ପରିସରରେ ୧୪୫ଜଣ ବିଧାୟକଙ୍କ ବସିବା ନିମନ୍ତେ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏବେସୁଦ୍ଧା ପ୍ରାୟ ୫୩ ଜଣ ବିଧାୟକ କରୋନା ସଂକ୍ରମିତ ହୋଇସାରିଲେଣି।
ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ବିଧାୟକ, ବିଧାନସଭା କର୍ମଚାରୀ,ସାମ୍ବାଦିକ, ବିଧାୟକଙ୍କ ପିଏସଓ ଓ ଡ୍ରାଇଭରଙ୍କ କୋଭିଡ୍ ପରୀକ୍ଷା ବ୍ୟବସ୍ଥା ବିଧାନସଭା ପରିସରରେ କରାଯାଇଛି। ଶନିବାର,ରବିବାର ଓ ସୋମବାର ମିଶି ପ୍ରାୟ ପ୍ରାୟ ୧୨୦୦ଜଣଙ୍କ କୋଭିଡ୍ ନମୂନା ପରୀକ୍ଷା ହୋଇଥିବାବେଳେ ପ୍ରଥମଦିନରେ ୧୩୬ଜଣ, ଦ୍ୱିତୀୟ ଦିନରେ ୧୨ ବିଧାୟକଙ୍କ ସମେତ ୪୮ ଜଣ  କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଆଜି ହୋଇଥିବା କୋଭିଡ୍ ପରୀକ୍ଷା ରିପୋର୍ଟ ରାତି ୯ଟା ସୁଦ୍ଧା ମିଳିଯିବ ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos