ଚତୁର୍ଥ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା!

ବାଲିଗୁଡ଼ା (ଅଜିତ ନାୟକ): ସ୍କୁଲରୁ ଫେରି ଘର ପଛ ପାଖ ନାଳକୁ ଶୌଚ ପାଇଁ ଯାଇଥିଲା ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଝିଅଟି। ହେଲେ ସେ ଘରକୁ ଫେରିବା ଆଗରୁ ଯୌନ ରାକ୍ଷସଙ୍କ ପଞ୍ଝାରେ ପଡ଼ିଲା। ଦୁର୍ବୃତ୍ତମାନେ ତାକୁ ଟେକିନେଇ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଵୀଭତ୍ସକାଣ୍ଡ ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ।

ନାବାଳିକା ଜଣକ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲେ। ଆଜି ଶନିବାର ଥିବାରୁ ସକାଳେ ସେ ସ୍କୁଲ ଯାଇଥିଲେ। ସ୍କୁଲରୁ ଫେରି ଅପରାହ୍ନ ୨ଟା ବେଳେ ବାଡ଼ି ପଛରେ ଥିବା ନାଳକୁ ଶୌଚ ପାଇଁ ଯାଇ ଆଉ ଘରକୁ ଫେରିନଥିଲେ। ଝିଅ ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ସୁଦ୍ଧା ତାଙ୍କର ପର୍ତ୍ତା ପାଇନଥିଲେ।

ସନ୍ଧ୍ୟା ବେଳେ ଏନେଇ ପରିବାର ଲୋକେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ନାଳଠାରୁ କିଛି ଦୂରରେ ଜଙ୍ଗଲରୁ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରିଛି।

ଏହି ଘଟଣାରେ ଜଣେ ଯୁବକକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତକୁ ଗିରଫ ସହ ଫାଶୀ ଦେବାକୁ ଦାବି କରି ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି କୋଟଗଡ଼-ମୁନିଗୁଡ଼ା ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।

ଆହୁରି ପଢ଼ନ୍ତୁ

୮ ଅଗଷ୍ଟ, ଶନିବାର: ମନ ବିଚଳିତ ରହିବ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ସୁଶାନ୍ତଙ୍କ ମୃତ୍ୟୁ ଘଟଣା: ସୁପ୍ରିମକୋର୍ଟ ଗଲା ସିବିଆଇ

ଚୀନରୁ ଆସୁଛି ଆଉ ଏକ ଭୂତାଣୁ: ଗଲାଣି ୭ ଜଣଙ୍କ ଜୀବନ, ୬୦ ସଂକ୍ରମିତ

ଭାରତ ପରେ ଆମେରିକାରେ ବ୍ୟାନ୍‌ ହେଲା ଟିକଟକ, ଟ୍ରମ୍ପ ଦେଲେ ଏମିତି ନିର୍ଦ୍ଦେଶ

ଏବେ ‘କ’ଣ ଭାବିବା’ ନୁହେଁ ‘କିପରି ଭାବିବା’: ମୋଦି

୭ ଅଗଷ୍ଟ, ଶୁକ୍ରବାର: ଅଧିକ ପରିଶ୍ରମ କରିବେ

ସିବିଆଇ ପଞ୍ଝାରେ ରିୟା, ରୁଜୁ ହେଲା ମାମଲା

ରିୟାଙ୍କ ପାଇଁ ବେଙ୍ଗଲି ଝିଅ ଓ ମହିଳାଙ୍କୁ ଟାର୍ଗେଟ, ତଦନ୍ତ ଆରମ୍ଭ କଲା କୋଲକାତା ପୁଲିସ୍‌

ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କଠାରୁ ଦୂରେଇ ଯାଇଥିଲେ ରିୟା, କିନ୍ତୁ କାହିଁକି?

ଭାରତୀୟ ସୀମାରେ ପଶି ଯାଇଥିଲା ଚାଇନା, ତଥ୍ୟ ପ୍ରକାଶ କରି ଡିଲିଟ କରିଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୫୬ ହଜାରରୁ ଅଧିକ ପଜିଟିଭ,୯୦୪ ମୃତ