Advertisment

ହକି ଷ୍ଟାଡିୟମ ନିର୍ମାଣରେ ଜାଲିଆତି, ବିଧାୟକଙ୍କ ନାଁରେ ମିଛ ପ୍ରସ୍ତାବ ଆଣି ଟଙ୍କା ଖର୍ଚ୍ଚ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଉରକେଲାରେ ନିର୍ମିତ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ। ଏ ନେଇ ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଷ୍ଟାଡିୟମର ନିର୍ମାଣ ପାଇଁ ଜୋରସୋରରେ କାମ ଜାରି ରହିଛି। କିନ୍ତୁ ଏବେ ଷ୍ଟାଡିୟମ ପାଇଁ ଆବଶ୍ୟକୀୟ ଟଙ୍କା ଖର୍ଚ୍ଚ ଲାଗି ବୀରମିତ୍ରପୁର ବିଧାୟକଙ୍କ ନାଁରେ ଏକ ମିଛ ପ୍ରସ୍ତାବ ସାମ୍ନାକୁ ଆସିଛି। ଷ୍ଟାଡିୟମରେ ଖର୍ଚ୍ଚ ଲାଗି ବିଧାୟକଙ୍କ ନାଁକୁ ବ୍ୟବହାର କରି ୯୦ କୋଟି ପ୍ରସ୍ତାବ ଦିଆଯାଇଥିଲା। ଏହା ଆମେ କହୁନୁ, ଜିଲ୍ଲା […]

author-image
Ranjit Kumar Jena
ହକି ଷ୍ଟାଡିୟମ ନିର୍ମାଣରେ ଜାଲିଆତି, ବିଧାୟକଙ୍କ ନାଁରେ ମିଛ ପ୍ରସ୍ତାବ ଆଣି ଟଙ୍କା ଖର୍ଚ୍ଚ!

hockey-stadium

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଉରକେଲାରେ ନିର୍ମିତ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ। ଏ ନେଇ ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଷ୍ଟାଡିୟମର ନିର୍ମାଣ ପାଇଁ ଜୋରସୋରରେ କାମ ଜାରି ରହିଛି। କିନ୍ତୁ ଏବେ ଷ୍ଟାଡିୟମ ପାଇଁ ଆବଶ୍ୟକୀୟ ଟଙ୍କା ଖର୍ଚ୍ଚ ଲାଗି ବୀରମିତ୍ରପୁର ବିଧାୟକଙ୍କ ନାଁରେ ଏକ ମିଛ ପ୍ରସ୍ତାବ ସାମ୍ନାକୁ ଆସିଛି। ଷ୍ଟାଡିୟମରେ ଖର୍ଚ୍ଚ ଲାଗି ବିଧାୟକଙ୍କ ନାଁକୁ ବ୍ୟବହାର କରି ୯୦ କୋଟି ପ୍ରସ୍ତାବ ଦିଆଯାଇଥିଲା। ଏହା ଆମେ କହୁନୁ, ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟି ବୋର୍ଡ ବୈଠକର ବିବରଣୀରେ ଏହା ସ୍ପଷ୍ଟ ହୋଇଛି।

Advertisment

ଜୁଲାଇ ୩୧, ୨୦୨୧ରେ ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟି ବୋର୍ଡ ବୈଠକର ବିବରଣୀରେ ଦର୍ଶାଯାଇଛି ଯେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ବୀରମିତ୍ରପୁର MLA ପ୍ରସ୍ତାବ ଦେଇଥିଲେ। ତାଙ୍କ ପ୍ରସ୍ତାବ ଆଧାରରେ ପ୍ରକଳ୍ପକୁ ଅନୁମତି ମଧ୍ୟ ମିଳିଛି। ହେଲେ ଖୋଦ୍ ବିଧାୟକ କହୁଛନ୍ତି ଯେ ସେ ପ୍ରସ୍ତାବ ଦେଇନାହାନ୍ତି କି ବୈଠକରେ ବି ଆଲୋଚନା ହୋଇନି। ସେ କେବଳ ଯାହା ରାସ୍ତା, ବିଜୁଳି, ପାଣି ଏବଂ ଶିକ୍ଷା ସମ୍ପର୍କିତ କିଛି ପ୍ରସ୍ତାବ ଦେଇଥିବା କହିଛନ୍ତି।

ବିଧାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ଘୋଷଣା କଲେ। ଆମେ ଭାବିଲୁ ରାଜ୍ୟ ସରକାର ସବୁ ଟଙ୍କା ଖର୍ଚ୍ଚ କରିବେ। କିନ୍ତୁ ପରେ ଜଣାପଡ଼ିଲା ଯେ ଡିଏମଏଫରୁ ୯୦ କୋଟି ଟଙ୍କା ଦିଆଯାଇଛି। ଆମକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇନାହିଁ। ମୁଁ କେବଳ ତେବେ ଏଠି ପ୍ରଶ୍ନ ଉଠୁଛି ଯେ ୨୦୨୦ରେ ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କାହିଁକି ଆବଶ୍ୟକ ପଡିଲା ବିଧାୟକଙ୍କ ପ୍ରସ୍ତାବ? ତା’ ପୁଣି ମିଛି ମିଛିକା? କ୍ରୀଡା ବିଭାଗ ପାଖେ ଅର୍ଥ ନଥିବାରୁ DMFରୁ ଖର୍ଚ୍ଚ ପାଇଁ ସରକାରୀ ଅଧିକାରୀଙ୍କ ଏହା ଫନ୍ଦି ନୁହେଁ ତ ?

Advertisment

ଡିଏମ୍ଏଫ୍ ଗାଇଡଲାଇନ କହୁଛି, ଖଣି ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ରାସ୍ତା, ପାନୀୟ ଜଳ, ବିଜୁଳି ଏବଂ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ DMF ଖର୍ଚ୍ଚ ହେବା କଥା। କିନ୍ତୁ ତାହା କରାଯାଉନି। ସୁନ୍ଦରଗଡ ଭଳି ଖଣିଜ ବହୁଳ କୋଇଡ଼ା ଅଞ୍ଚଳର ଦେଖିବାକୁ ମିଳୁନଥାନ୍ତା ଏଭଳି ଦୃଶ୍ୟ। ଜିଲ୍ଲାର ଅଧିକାଂଶ ଅଞ୍ଚଳରା ଖାଲ ଖମାରେ ରାସ୍ତା ଭର୍ତ୍ତି ଥିବା ଦେଖିବାକୁ ମିଳିଛି। ଏପରିକି ସ୍କୁଲରେ ଶିକ୍ଷକଙ୍କର ସଙ୍କଟ ସାଙ୍ଗକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରୁଛନ୍ତି ଜଣେ ଡାକ୍ତର। ତଥାପି ସହରାଞ୍ଚଳରେ ପ୍ରସ୍ତାବିତ ବିଶ୍ୱସ୍ତରୀୟ ପ୍ରକଳ୍ପ ପାଇଁ DMFର ବିନିଯୋଗ କରାଯାଉଛି।

ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ଚାଉଳ ଯୋଗାଣ ନେଇ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିଥିବା ବିଜେପି, ଡିଏମ୍ଏଫର ଦୁରୁପଯୋଗ ନେଇ ବର୍ଷିଛି। ଦଳୀୟ ପ୍ରଚାର ଓ ସରକାରୀ କାର୍ଯ୍ୟକ୍ରମ ପାଇଁ ଡିଏମ୍ଏଫକୁ ବିନିଯୋଗ କରାଯାଉଥିବା ବିଜେପି ଅଭିଯୋଗ କରିଛି ବିଜେପି। ବିଜେଡି ଏହାର ଜବାବ ରଖି ଯେ ଯଦି ସେମାନେ ସିବିଆଇ ତଦନ୍ତ ପାଇଁ କହିବେ, ତାହେଲେ ଆମେ ଏହାକୁ ସ୍ୱାଗତ କରିବୁ।