ହାଇଟେକ ମେଡ଼ିକାଲ କଲେଜ ନାଁରେ ଠକି ନେଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମ୍‌ବିବିଏସ୍‌ ସିଟ୍‌ରେ ନାଁ ଲେଖାଇଦେବାର ପ୍ରତିଶ୍ରୁତି ଦେଇ ଲକ୍ଷଲକ୍ଷ ଟଙ୍କାର ଠକେଇ ଅଭିଯୋଗ। ଆଡମିଶନ୍ ନହେବା ପରେ ଟଙ୍କା ଫେରାଇବା ବେଳକୁ ଧରାଛୁଆଁ ଦେଉନାହାନ୍ତି କଲେଜ କର୍ତ୍ତୃପକ୍ଷ। ଏଭଳି ଠକାମୀର ଅଭିଯୋଗ ଆସିଛି କଟକ ଜଗତପୁରସ୍ଥିତ ରେଶ୍ମା ସାଇନ୍ସ କଲେଜ ନାଁରେ। ଦୁଇ ଦୁଇ ଥର ଚେକ ବାଉନ୍ସ ହେବାପରେ ଅଭିଭାବକମାନେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଝାଡ଼ଖଣ୍ଡ ଜାମସେଦପୁର ସୁରେନ୍ଦ୍ର ସିଂ। ତାଙ୍କ ଅଭିଯୋଗ ହେଲା- ଗତବର୍ଷ ଭୁବନେଶ୍ୱର ହାଇଟେକ ମେଡିକାଲ୍ […]

froad in medical admission

Rakesh Mallick
  • Published: Tuesday, 06 March 2018
  • , Updated: 06 March 2018, 10:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମ୍‌ବିବିଏସ୍‌ ସିଟ୍‌ରେ ନାଁ ଲେଖାଇଦେବାର ପ୍ରତିଶ୍ରୁତି ଦେଇ ଲକ୍ଷଲକ୍ଷ ଟଙ୍କାର ଠକେଇ ଅଭିଯୋଗ। ଆଡମିଶନ୍ ନହେବା ପରେ ଟଙ୍କା ଫେରାଇବା ବେଳକୁ ଧରାଛୁଆଁ ଦେଉନାହାନ୍ତି କଲେଜ କର୍ତ୍ତୃପକ୍ଷ। ଏଭଳି ଠକାମୀର ଅଭିଯୋଗ ଆସିଛି କଟକ ଜଗତପୁରସ୍ଥିତ ରେଶ୍ମା ସାଇନ୍ସ କଲେଜ ନାଁରେ। ଦୁଇ ଦୁଇ ଥର ଚେକ ବାଉନ୍ସ ହେବାପରେ ଅଭିଭାବକମାନେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି।

ଝାଡ଼ଖଣ୍ଡ ଜାମସେଦପୁର ସୁରେନ୍ଦ୍ର ସିଂ। ତାଙ୍କ ଅଭିଯୋଗ ହେଲା- ଗତବର୍ଷ ଭୁବନେଶ୍ୱର ହାଇଟେକ ମେଡିକାଲ୍ କଲେଜରେ ଏମ୍‌ବିବିଏସ୍‌ କୋର୍ସରେ ନିଜ ପୁଅର ଆଡମିଶନ ପାଇଁ ତାଙ୍କ ପାଖକୁ ମେସେଜ୍ ଆସିଥିଲା। ମେଡିକାଲ୍ କଲେଜ୍ ସହ ଲିଆସିନିଂ ଥିବା ଦର୍ଶାଇ, ରେଶ୍ମା ସାଇନ୍ସ କଲେଜ୍ ନାଁରେ ପ୍ରଥମେ ୪ ଲକ୍ଷ ୯୦ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା।  ସେମାନଙ୍କ କଥାରେ ବିଶ୍ୱାସ କରି କଲେଜ ନାଁରେ ଥିବା ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ ସୁରେନ୍ଦ୍ର। ତେବେ ମେଡିକାଲ୍ କଲେଜରେ ଆଡମିଶନ ପାଇଁ ପହଞ୍ଚିବା ବେଳେ କର୍ତ୍ତୃପକ୍ଷ ଏହି ମେସେଜ ଜାଲ୍ ବୋଲି କହିଥିଲେ। ସମାନ ଅଭିଯୋଗ ଆଣିଛନ୍ତି ଆଉ ଜଣେ ଅଭିଭାବକ ବିରଞ୍ଚି କୁମାର ମଲ୍ଲିକ। ସମାନ ଢଙ୍ଗରେ ତାଙ୍କଠାରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଠକାଯାଇଛି। ଆଡମିଶନ୍ ନହେବା ପରେ ରେଶ୍ମା କଲେଜ କର୍ତ୍ତୃପକ୍ଷ କିଛି ଅଭିଭାବକଙ୍କୁ ଚେକ୍ ଦେଇଥିଲେ। ତେବେ ସେଗୁଡ଼ିକ ବାଉନ୍ସ ହୋଇଯାଇଥିଲା। ପୁଣି ଦ୍ୱିତୀୟ ଥର ଏଗ୍ରିମେଣ୍ଟ ସହ ଦିଆଯାଇଥିବା ଚେକ୍ ବି ବାଉନ୍ସ ହୋଇଥିଲା। ଆଜି ଅଭିଭାବକମାନେ ମେଳି କରି କଲେଜରେ ପହଞ୍ଚିବା ବେଳକୁ ଅଧ୍ୟକ୍ଷଙ୍କ ଦେଖା ମିଳିନଥିଲା।

ଅଭିଯୋଗ ସଂପର୍କରେ କଲେଜ୍ ଅଧ୍ୟକ୍ଷ ରଘୁନାଥ ବେହେରା କିମ୍ବା ଅନ୍ୟ କୌଣସି କର୍ମଚାରୀ କ୍ୟାମେରା ଆଗରେ ମୁହଁ ଖୋଲିନାହାନ୍ତି। ତେବେ ଅଧ୍ୟକ୍ଷ ଫୋନ୍ ଯୋଗେ କହିଛନ୍ତି, ସେ ଅଭିଭାବକଙ୍କ ସହ ଏ ସଂପର୍କରେ କଥା ହୋଇଛନ୍ତି। ସେପଟେ ହାଇଟେଲ୍ ମେଡିକାଲ୍ କଲେଜ୍ କର୍ତ୍ତୃପକ୍ଷ କହିଛନ୍ତି, ଆଡମିଶନ୍ ନାଁରେ ଟଙ୍କା ଆଦାୟ କରିବାକୁ କୌଣସି କଲେଜକୁ କୁହାଯାଇନାହିଁ।

Related story