ମନରେଗାରେ ଗାଈ ଗୁହାଳ କରି ଫସିଗଲେ ହିତାଧିକାରୀ

ରାଜଗାଙ୍ଗପୁର (ବିଶ୍ୱକେତନ ରାୟ): ମନରେଗାରେ ଗାଈ ଗୁହାଳ କରିଥିଲେ ହିତାଧିକାରୀ। ଇତି ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତି ଗଲାଣି। ହେଲେ ଆଜି ସୁଦ୍ଧା ତାଙ୍କୁ ମିଳିନି ଟଙ୍କା। ଯେଉଁଥିପାଇଁ ଆର୍ଥିକ ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି ହିତାଧିକାରୀ ଇଗ୍ନେଶ ଲାକଡା। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅଞ୍ଚଳରୁ। ରାଜଗାଙ୍ଗପୁର ବ୍ଲକ୍‌ ଅଲଣ୍ଡା ଗାଁର ଇଗ୍ନେଶ ଲାକଡା ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। ମନରେଗାରେ ଗୁହାଳ ନିର୍ମାଣ ପାଇଁ ତାଙ୍କ ନାଁରେ ୨୦୧୯ […]

Cow Shed

Cow Shed

Manoranjan Sial
  • Published: Friday, 13 January 2023
  • Updated: 13 January 2023, 05:31 PM IST

Sports

Latest News

ରାଜଗାଙ୍ଗପୁର (ବିଶ୍ୱକେତନ ରାୟ): ମନରେଗାରେ ଗାଈ ଗୁହାଳ କରିଥିଲେ ହିତାଧିକାରୀ। ଇତି ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତି ଗଲାଣି। ହେଲେ ଆଜି ସୁଦ୍ଧା ତାଙ୍କୁ ମିଳିନି ଟଙ୍କା। ଯେଉଁଥିପାଇଁ ଆର୍ଥିକ ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି ହିତାଧିକାରୀ ଇଗ୍ନେଶ ଲାକଡା। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅଞ୍ଚଳରୁ।

ରାଜଗାଙ୍ଗପୁର ବ୍ଲକ୍‌ ଅଲଣ୍ଡା ଗାଁର ଇଗ୍ନେଶ ଲାକଡା ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। ମନରେଗାରେ ଗୁହାଳ ନିର୍ମାଣ ପାଇଁ ତାଙ୍କ ନାଁରେ ୨୦୧୯ ମସିହାରେ ଲକ୍ଷେ ୧୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ଗୁହାଳ ନିର୍ମାଣ ପାଇଁ ସେ ଭେଣ୍ଡର ପାଇଲେ ନାହିଁ। ବର୍ଷେରୁ ଅଧିକ ସମୟ ଧରି ଅପେକ୍ଷା କରିବା ପରେ ସ୍ଥାନୀୟ ସରପଞ୍ଚ ଓ ଜିଆର୍‌ଏସ୍‌ଙ୍କୁ କହିଥିଲେ। ପରେ ସରପଞ୍ଚ ଓ ଜିଆର୍‌ଏସ୍‌ଙ୍କ କଥାରେ ଇଗ୍ନେଶ ଲାକଡ଼ା ନିଜେ ଧାର ଉଧାର କରି ଗୁହାଳ ନିର୍ମାଣ କରିଥିଲେ।

ଗୁହାଳ ନିର୍ମାଣ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଟଙ୍କା ମିଳିନାହିଁ। ଇତି ମଧ୍ୟରେ ଦୁଇବର୍ଷରୁ ଅଧିକ ସମୟ ବିତିଗଲାଣି। ଏହାରି ଭିତରେ ନୂଆ ସରପଞ୍ଚ ଓ ଯନ୍ତ୍ରୀ ଆସିଲେ। ସେମାନଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି।

ଅଲଣ୍ଡା ପଞ୍ଚାୟତ ନୂଆ ସରପଞ୍ଚ ଅଜିତ କୁମାର ଏକ୍କା କହିଛନ୍ତି, ଇଗ୍ନେସଙ୍କ ଅଭିଯୋଗ ନେଇ ଜିଆର୍‌ଏସ୍‌, ଯନ୍ତ୍ରୀ ଓ ଏପିଓ(ଆଡିଶନାଲ ପ୍ରୋଗ୍ରାମ ଅଫିସର)ଙ୍କୁ କହିଥିଲି। ଖୁବ୍‌ଶୀଘ୍ର ଟଙ୍କା ମିଳିବ ବୋଲି କହିଥିଲେ। ଇତି ମଧ୍ୟରେ ବର୍ଷେ ବିତି ହେଲାଣି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ପଇସା ମିଳିନି। ପ୍ରଶାସନ ଏମିତି ହଇରାଣ କରିବା ଠିକ୍‌ ନୁହେଁ ବୋଲି ଶ୍ରୀ ଏକ୍କା କହିଛନ୍ତି।

ଏପିଓ ଶିବ୍ରତନ ମୋହାନ୍ତ କହିଛନ୍ତି, ଗୁହାଳ ନିର୍ମାଣ ସରିଛି। ସେଥିପାଇଁ ଶ୍ରମିକ ମଜୁରି ପାଇଛନ୍ତି। ଫାଇନାଲ୍‌ ବିଲ୍‌ ହୋଇନଥିବାରୁ ମେଟେରିଆଲ୍‌ ପେମେଣ୍ଟ ବାକି ରହିଛି। ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ଜଣାଇଦେବି। ଶୀଘ୍ର ବିଲ୍‌ ହୋଇଗଲେ ବାକିଥିବା ମେଟେରିଆଲ୍‌ ପେମେଣ୍ଟ ମିଳିଯିବ ବୋଲି ଶ୍ରୀ ମୋହାନ୍ତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story