କାମାକ୍ଷାନଗର (ବିଦ୍ୟାଧର ବରାଳ): ଆଜି ହେଉଛି ବିଶ୍ୱ ଯୋଗ ଦିବସ। ଏହି ଅବସରରେ ଆଜିଠାରୁ ସମଗ୍ର ଦେଶରେ ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯାଉଛି। ରାଜ୍ୟ ସରକାର କରିଥିବା ବ୍ୟବସ୍ଥା ଅନୁସାରେ ସବୁଠି ଚାଲିଛି ଟିକାକରଣ। ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଏଠି ଟିକା ଟୋକନ୍ ଜଗିଛି ପଥର। ଲୋକମାନେ ଧାଡ଼ିରେ ଠିଆ ହେବା ପରିବର୍ତ୍ତେ ଟୋକନ୍ ଉପରେ ପଥର ରଖି ବାହାରେ ଛିଡ଼ା ହୋଇଛନ୍ତି।
କାମାକ୍ଷାନଗର ମେଡ଼ିକାଲରେ ଆଜି ପ୍ରାୟ ୪୦୦ ଜଣଙ୍କୁ ଟିକା ଦେବାର ବ୍ୟବସ୍ଥା ହୋଇଛି। ଟିକା ଦେବା ପାଇଁ ଲୋକମାନେ ଧାଡ଼ିରେ ଠିଆ ହୋଇନାହାନ୍ତି। ଲୋକମାନେ ଟୋକନ୍ ଗୁଡିକ ଉପରେ ପଥର ରଖିଛନ୍ତି। ଟୋକ୍ନ ଗୋଡ଼ିକ ଧାଡ଼ିକୁ ଧାଡ଼ି ହୋଇ ରଖାଯାଇଛି। ଆଉ ଲୋକମାନେ ସୁରକ୍ଷିତ ଭାବେ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଯାହାର ପାଳି ପଡ଼ୁଛି, ସିଏ ଭ୍ୟାକ୍ସିନେସନ୍ କୋଠରୀକୁ ଯାଇ ଟିକା ନେଇ ଆସୁଛନ୍ତି। ଏଠାରେ ଟିକା ନେବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି। ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଟିକାକରଣ ଚାଲିଥିବା ସ୍ଥାନୀୟ ପୁଲିସ କହିଛି।
[caption id="attachment_652825" align="aligncenter" width="650"] ଟିକା ନେଉଛନ୍ତି ଜଣେ ଯୁବତୀ[/caption]
ସେପଟେ ପରଜଙ୍ଗ ମେଡିକାଲ୍ରେ ମଧ୍ୟ ଶୃଙ୍ଖଳିତ ଭାବେ ଟିକାକରଣ ଚାଲିଛି। ଲୋକମାନେ ଧାଡ଼ିରେ ଛିଡ଼ା ହୋଇ ଟିକା ନେଉଥିବା ଦେଖିବାକୁ ମିଳିଛି। ଭିଡ଼କୁ ଆୟତ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବକ ବନ୍ଦୋବସ୍ତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।