୩୬ଟି ବୁଥ୍‌ରେ ଆଜି ହେଲା ସାନି ମତଦାନ

ଭୁବନେଶ୍ୱର: ରାଜ୍ୟର ୩୬ଟି ବୁଥ୍‌ରେ ଆଜି ସାନି ମତଦାନ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ର ୧୧ଟି ବୁଥ୍‌ ସହ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବାଉଁଶାପାଳ ପଞ୍ଚାୟତର ପୁରୁଣାପାଣିର ୪ ନମ୍ବର ବୁଥ୍‌ରେ ସାନି ମତଦାନ ହୋଇଛି। ଗରଦପୁର ବ୍ଲକ୍‌ର ବଙ୍ଗାଳପୁର ପଞ୍ଚାୟତର ୨ଟି ବୁଥ୍‌, ରାମଚନ୍ଦ୍ରପୁର ପଞ୍ଚାୟତର ୮ଟି ଓ ଜଗଦଳପୁର ପଞ୍ଚାୟତର ଗୋଟିଏ ବୁଥ୍‌ରେ ସାନି ମତଦାନ ହୋଇଛି। ପ୍ରତି ବୁଥ୍‌ରେ ଗୋଟିଏ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଥିଲା। ଗତ ୧୩ ତାରିଖରେ […]

voting

Rakesh Mallick
  • Published: Saturday, 18 February 2017
  • , Updated: 18 February 2017, 01:09 PM IST

ଭୁବନେଶ୍ୱର: ରାଜ୍ୟର ୩୬ଟି ବୁଥ୍‌ରେ ଆଜି ସାନି ମତଦାନ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ର ୧୧ଟି ବୁଥ୍‌ ସହ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବାଉଁଶାପାଳ ପଞ୍ଚାୟତର ପୁରୁଣାପାଣିର ୪ ନମ୍ବର ବୁଥ୍‌ରେ ସାନି ମତଦାନ ହୋଇଛି। ଗରଦପୁର ବ୍ଲକ୍‌ର ବଙ୍ଗାଳପୁର ପଞ୍ଚାୟତର ୨ଟି ବୁଥ୍‌, ରାମଚନ୍ଦ୍ରପୁର ପଞ୍ଚାୟତର ୮ଟି ଓ ଜଗଦଳପୁର ପଞ୍ଚାୟତର ଗୋଟିଏ ବୁଥ୍‌ରେ ସାନି ମତଦାନ ହୋଇଛି। ପ୍ରତି ବୁଥ୍‌ରେ ଗୋଟିଏ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଥିଲା। ଗତ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଏହି ୧୧ଟି ବୁଥ୍‌ରେ ଭୋଟ୍‌ବାକ୍ସ ଫିଙ୍ଗିବା, ବାଲାଟ୍ ପେପର ଚିରିବା, ବାଲାଟ୍ ପେପର ପୋଡ଼ିବା ସହ ଭୋଟ୍ ବାକ୍ସ ନଦୀକୁ ଫିଙ୍ଗିବା ଭଳି ଘଟଣା ଘଟିଥିଲା। ପୁରୁଣାପାଣିରେ ବାଲାଟ୍ ପେପର ଲୁଟ୍ ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ କୁରେଶ୍ୱର ଗ୍ରାମ ପଞ୍ଚାୟତର ୧୨ ନମ୍ବର ବୁଥ୍‌ ରେଙ୍ଗାରେ ଆଜି ସାନି ମତଦାନ ହୋଇଛି। ଗତ ୧୩ ତାରିଖରେ ଏଠାରେ ଭୋଟ୍ ବେଳେ ବାଲାଟ୍ ବାକ୍ସ ପୋଡ଼ି ହୋଇଥିଲା। ଏଥିସହ ଆଜି ବାଲେଶ୍ୱର ଜିଲ୍ଲାର ୨ଟି, କଟକ ଜିଲ୍ଲାର ୧୬ଟି, ଯାଜପୁର ଜିଲ୍ଲାର ୫ଟି, କେନ୍ଦ୍ରାପଡ଼ା ଜିଲ୍ଲାର ୧୧ଟି ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ବୁଥ୍‌ରେ ସାନି ମତଦାନ ହୋଇଛି।

Related story