ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା: ସବୁ ନଦୀର ଜଳସ୍ତର ବଢ଼ୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଆସନ୍ତା ୩୦ଘଂଟା ମଧ୍ୟରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଆଦି ନଦୀର ଜଳସ୍ତର କ୍ରମାଗତ ଭାବେ ଗତକାଲିଠୁ ବୃଦ୍ଧି ପାଇବାରେ ଲାଗିଥିବାବେଳେ ପ୍ରଶାସନ ପକ୍ଷରୁ ସତର୍କ ପଦକ୍ଷେପ ନିଆଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା […]

Balasore

Balasore

Ordigital Desk
  • Published: Saturday, 20 August 2022
  • Updated: 20 August 2022, 09:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଆସନ୍ତା ୩୦ଘଂଟା ମଧ୍ୟରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଆଦି ନଦୀର ଜଳସ୍ତର କ୍ରମାଗତ ଭାବେ ଗତକାଲିଠୁ ବୃଦ୍ଧି ପାଇବାରେ ଲାଗିଥିବାବେଳେ ପ୍ରଶାସନ ପକ୍ଷରୁ ସତର୍କ ପଦକ୍ଷେପ ନିଆଯାଇଛି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଆସନ୍ତା ୩୦ଘଂଟା ମଧ୍ୟରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି । ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜର ୭ଟି ଗେଟ୍ ଖୋଲା ରହିଛି ଓ ପ୍ରାୟ ୪ଲକ୍ଷ କ୍ୟୁସେକ୍ କଳ ନିଷ୍କାସିତ ହେଉଛି । ଏହି ଜଳ ଆସନ୍ତା ୩୦ଘଂଟା ମଧ୍ୟରେ ଏସବୁ ନଦୀରେ ଆସିଲେ ତା’ର ପ୍ରଭାବରେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ହେବାର ଆଶଙ୍କା ରହିଛି । ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ବ୍ରାହ୍ମଣୀ ନଦୀର ଜଳସ୍ତର ପାନପୋଷ, ଜେନାପୁରଠାରେ ଆଜି ସକାଳ ୬ଟା ପରଠୁ ବୃଦ୍ଧି ପାଇବାରେ ଲାଗିଥିବାବେଳେ ବୈତରଣୀ ନଦୀର ଜଳସ୍ତର ଆନନ୍ଦପୁର, ଆଖୁଆପଦାଠାରେ ମଧ୍ୟ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ବୁଢ଼ାବଳଙ୍ଗର ଜଳସ୍ତର ଜାତୀୟ ରାଜପଥ-୫ ନିକଟରେ ମଧ୍ୟ କ୍ରମାଗତ ବଢ଼ିବାରେ ଲାଗିଛି । ସେହିପରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଜାମଶୋଳାଘାଟ, ରାଜଘାଟଠାରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ବାଂଶଧାରା ନଦୀର ଜଳସ୍ତର ଗୁଣୁପୁର ଓ କାଶୀନଗରଠାରେ ବୃଦ୍ଧି ପାଉଥିବାବେଳେ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ଏହା ପ୍ରବାହିତ ହେଉଥିବା ଜଣାପଡ଼ିଛି । ଜଳକା ନଦୀର ଜଳସ୍ତର ମଧ୍ୟ ଗତକାଲିଠୁ ବୃଦ୍ଧି ପାଇବାରେ ଲାଗିଛି ।

ତେବେ ହୀରାକୁଦର ଏବେ ମାତ୍ର ୪ଟି ଗେଟ୍ ଖୋଲା ଥିବାବେଳେ ଜଳଭଣ୍ଡାରର ସ୍ତର ଏବେ ୬୨୦.୫୦ଫୁଟ୍ ଜଳ ରହିଛି । ଜଳଭଣ୍ଡାର ଭିତରକୁ ୧.୪୦ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୧.୦୧ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ମୁଣ୍ଡଳୀଠାରେ ଏବେବି ୮.୩୫ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।
ଉତ୍ତର ଓଡ଼ିଶାରେ ଗତକାଲିଠୁ ପ୍ରବଳ ବର୍ଷା ଲାଗି ରହିଥିବାରୁ କାନ୍ଥପଡ଼ି ୫ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି । ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଜଣେ ଲେଖାଏଁ ଓ ମୟୂରଭଞ୍ଜ ଜିଲ୍ଲାରେ ୨ଜଣଙ୍କ କାନ୍ଥପଡ଼ି ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos