ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ କାରଣରୁ ୯ଟି ବୁଥ୍ରେ ମତଦାନ ବେଳେ ବିଭ୍ରାଟ୍ ଦେଖାଦେଇଥିଲା। ଯେଉଁଥିପାଇଁ ସେଠାରେ ମତଦାନ ବନ୍ଦ ରହିଥିଲା। ଏଠାରେ ଆସନ୍ତା ୨୫ ତାରିଖରେ ପୁନଃ ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ସୁନ୍ଦରଗଡ଼ରେ ୨, କନ୍ଧମାଳରେ ୨, ବରଗଡ଼ରେ ୪, ଆସିକାରେ ୧ଟି ବୁଥ୍ରେ ସାନ ମତଦାନ ହେବ। ସେଗୁଡ଼ିକ ହେଲା- ବଣାଇ ବିଧାନସଭା ୧୨୯ ନଂ ଉପରପଡ଼ା କେନ୍ଦ୍ରିକେଲା ବୁଥ୍, ସୁନ୍ଦରଗଡ଼ ବିଧାନସଭା ୨୧୩ ନଂ ରଙ୍ଗଢିପା ବୁଥ୍, ଦଶପଲ୍ଲା ୨୧୦ ବାହାଡଝୋଲା, ୨୨୨ ବେତନଟୀ ବୁଥ୍, ଅତାବିରା ୨୩୫ ନଂ ଅରେଇଗୁଡ଼ି ବୁଥ୍ ରହିଛି। ସେହିପରି ବରଗଡ଼ ୬୮ ନଂ ଶକ୍ତିନଗର ବୁଥ୍, ପଦମପୁର ୧୬ନଂ ଡାଭା, ବ୍ରଜରାଜନଗର ୨୫୪ ନଂ ଚାରମାଳ ବୁଥ୍ ଓ ସୋରଡ଼ା ବିଧାନସଭା ୧୮୨ ନଂ ରେଣ୍ଟି ବୁଥ୍ରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନେଇଗଲେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଦାମୀ ମୋବାଇଲ୍
ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଦୀପଙ୍କର ମୋବାଇଲ୍ ଦୋକାନର ପଛ ପାର୍ଶ୍ୱ କାନ୍ଥରେ କଣା କରି ଭିତରେ ପଶିଥିଲେ। ଆଉ ଦୋକାନରେ ଥିବା ସବୁ ଦାମୀନାମୀ କମ୍ପାନୀର ମୋବାଇଲ୍ ଲୁଟି ନେଇଯାଇଥିଲେ।
Weather
ଶୀତ ସାଙ୍ଗକୁ କଲବଲ କରିବ କୁହୁଡି!
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଶୁକ୍ରବାର ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା ଓ ଝାରସୁଗୁଡ଼ାରେ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି।
Crime
ସାହାଯ୍ୟ ବାହାନାରେ ଯୁବତୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଆରପିଏଫ ଏଏସଆଇ
ହଷ୍ଟେଲ ବନ୍ଦ ଥିବାରୁ ରାଜଧାନୀରେ ଏକୁଟିଆ ହୋଇ ଯାଇଥିବା ଯୁବତୀ ଆରପିଏଫ ଥାନାକୁ ଯାଇଥିଲେ ।
Crime
ରାଜଧାନୀରେ ବୀଭତ୍ସ ହତ୍ୟା ଘଟଣା, ମୃତକଙ୍କ ପରିଚୟ ମିଳିଲା
ମୃତକ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବୋଲି ଜଣାଯାଇଛି। ସେ ପୁଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।
Crime
ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ, ୫ ମାମଲାରୁ ନିର୍ଦ୍ଦୋଷରେ ଖଲାସ
ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଗିରଫ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ପ୍ରଦୀପଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ।