ଭଦ୍ରକ(ପାର୍ଥସାରଥୀ ନାୟକ): ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଖୁସି ମନରେ ଘରୁ ବାହାରିଥିଲେ। ବୁଲାବୁଲି କରି ଘରକୁ ଫେରିବାକୁ ହୋଇଥିଲା ପ୍ଲାନ୍। ହେଲେ ଭାଗ୍ୟରେ କିଛି ଅଲଗା ଲେଖାଥିଲା। ସାଙ୍ଗ ଜନ୍ମ ଦିନରେ ନଦୀକୁ ଗାଧୋଇବାକୁ ଯିବା କାଳ ହେଲା। ନଦୀରେ ବୁଡ଼ି ଅକାଳରେ ଜଣେ ଯୁବକଙ୍କ ଜୀବନ ଗଲା। ଏପରି ଦୁଃଖଦ ଘଟଣା ଭଦ୍ରକ ବ୍ଲକ କାଉପୁରରେ ଗତକାଲି ଘଟିଛି। ମୃତକ ହେଲେ ସୌମ୍ୟ ରଞ୍ଜନ ସେନାପତି । ତାଙ୍କ ଘର ଭଦ୍ରକ ସହରସ୍ଥିତ ବାଇପାସ ଅଞ୍ଚଳରେ ।
ନିଜର ଜଣେ ସାଙ୍ଗଙ୍କ ଜନ୍ମଦିନ ପାଳନ କରିବାକୁ ସୌମ୍ୟ ରଞ୍ଜନଙ୍କ ସମେତ ୫ ଜଣ ଗତକାଲି ବୁଲାବୁଲି କରିବାକୁ ଘରୁ ବାହାରିଥିଲେ। ସେମାନେ ସାଳନ୍ଦୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ସେଠାରେ ହଠାତ୍ ସୌମ୍ୟ ରଞ୍ଜନଙ୍କ ଗୋଡ଼ ଖସି ଯାଇଥିଲା ।
ଅନ୍ୟ ପିଲାମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ସୌମ୍ୟ ରଞ୍ଜନଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପ୍ରଧାନମନ୍ତ୍ରୀ ମୋଦି କରିବେନି ରୋଡ୍ ଶୋ’, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଆୟୋଜନ ହେଉଛି । ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୩୦ତାରିଖରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇ ଡିସେମ୍ବର ୧ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
Jobs
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ନିଯୁକ୍ତ ହୋଇପାରନ୍ତି ମହିଳା
୮୨୬ ଜଣ ଆଗ୍ନିକ ଓ ୧୧୫ ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ।
Crime
ପୁଲିସ୍ ଓ ଓକିଲ କହି ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ
ଅଭିଯୋଗ ଅନୁସାରେ ଦୁଇ ଧ୍ରୁତ ହେଉଛନ୍ତି ନୟାଗଡ ଜିଲ୍ଲା ସରୋଡା ଗାଁର କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଏମାନେ କୁଆଡେ ଜାନୁଆରୀ ୨୩ ତାରିଖରେ ଚାଲାଣଗୁଡା ସରପଞ୍ଚ ଇରମା ମାଢ଼ିଙ୍କୁ ଫୋନ୍ କରିଥିଲେ।
Politics
ନିର୍ବାଚନ ପୂର୍ବରୁ ବିଜେଡି ସରକାର ବାଣ୍ଟିଥିଲେ ୨୫୨କୋଟି ଟଙ୍କାର ଝୋଟବ୍ୟାଗ
ରାଜ୍ୟବାସୀ ବିଜେଡି ସରକାରକୁ ବାଏବାଏ କରି ବିଜେପି ସରକାରକୁ କ୍ଷମତାସୀନ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି ।
Miscellaneous
ଯୁଦ୍ଧଭୂମିର ଭ୍ରମ; ପୁରୀରେ ଘୁଁ ଘୁଁ ଗର୍ଜନ କରୁଛନ୍ତି ଯୁଦ୍ଧ ଟ୍ୟାଙ୍କ
ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ କେତେ ସଜାଗ ଭାରତୀୟ ନୌସେନା, ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ।