‘ଆଧାର’ ଲିଙ୍କ୍ ନହେଲେ ଏପ୍ରିଲରୁ ମିଳିବନି ଭତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁ ହିତାଧିକାରୀଙ୍କର ଆଧାର କାର୍ଡ ନଥିବ ଅବା ମାର୍ଚ୍ଚ ୧୫ତାରିଖ ସୁଦ୍ଧା ‘ଆଧାର ଲିଙ୍କ୍ ’ ସେମାନଙ୍କୁ ଏପ୍ରିଲ ମାସରୁ ଆଉ ମାସିକ ଭତ୍ତା ମିଳିବ ନାହିଁ। ଜାତୀୟ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେବାକୁ ଥିବା ନୂଆ ହିତାଧିକାରୀମାନଙ୍କ ପାଇଁ ‘ଆଧାର’ କାର୍ଡକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିବା ସହ ପୁରୁଣା ହିତାଧିକାରୀଙ୍କର ଆଧାର ନଥିଲେ ସେମାନଙ୍କୁ ଭତ୍ତା ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ରାଜ୍ୟ […]

aadhar-link-with-government-scheams

Manoranjan Sial
  • Published: Wednesday, 01 January 2020
  • , Updated: 01 January 2020, 10:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁ ହିତାଧିକାରୀଙ୍କର ଆଧାର କାର୍ଡ ନଥିବ ଅବା ମାର୍ଚ୍ଚ ୧୫ତାରିଖ ସୁଦ୍ଧା ‘ଆଧାର ଲିଙ୍କ୍ ’ ସେମାନଙ୍କୁ ଏପ୍ରିଲ ମାସରୁ ଆଉ ମାସିକ ଭତ୍ତା ମିଳିବ ନାହିଁ। ଜାତୀୟ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେବାକୁ ଥିବା ନୂଆ ହିତାଧିକାରୀମାନଙ୍କ ପାଇଁ ‘ଆଧାର’ କାର୍ଡକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିବା ସହ ପୁରୁଣା ହିତାଧିକାରୀଙ୍କର ଆଧାର ନଥିଲେ ସେମାନଙ୍କୁ ଭତ୍ତା ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଭାସ୍କରଜ୍ୟୋତି ଶର୍ମା ସମସ୍ତ ଜିଲ୍ଲାପାଳଙ୍କୁ ଆଜି ଚିଠି ଲେଖି ଜାତୀୟ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ଶତପ୍ରତିଶତ ଆଧାର ଡାଟାବେସ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଏବେସୁଦ୍ଧା ଜାତୀୟ ସୁରକ୍ଷା ସହାୟତା କାର୍ଯ୍ୟକ୍ରମର ୯୧ପ୍ରତିଶତ ହିତାଧିକାରୀଙ୍କ ଆଧାର ଲିଙ୍କ୍ ସରିଥିବାବେଳେ ମଧୁବାବୁ ପେନସନ ଯୋଜନାରେ ମାତ୍ର ୭୩% ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇପାରିଛି। ତେଣୁ ଆସନ୍ତା ୧୫ତାରିଖରେ ମାସିକ ଭତ୍ତା ନେବାକୁ ଆସୁଥିବା ହିତାଧିକାରୀଙ୍କୁ ସେମାନଙ୍କର ଆଧାର ଲିଙ୍କ୍ ଦସ୍ତାବିଜ୍ ନକଲ ସାଙ୍ଗରେ ଆଣିବାକୁ ପରାମର୍ଶ ଦେବେ। ଯଦି ସେମାନେ ଉକ୍ତ ଦସ୍ତାବିଜ ଦେବାରେ ବିଫଳ ହୁଅନ୍ତି ତାଙ୍କୁ ଫେବୃୟାରୀ ୧୫ତାରିଖରେ ଆଉ ଗୋଟିଏ ସୁଯୋଗ ଦେବେ। ସେହିପରି ଯେଉଁ ହିତାଧିକାରୀମାନଙ୍କ ଆଧାର କାର୍ଡ ନଥିବ ସେମାନଙ୍କୁ ଜାନୁୟାରୀ ୧୫ରେ ନିକଟସ୍ଥ ବ୍ଲକ୍ କାର୍ଯ୍ୟାଳୟ ନିଆଯାଇ ସେଠାରେ ତାଙ୍କର ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବ। ଯେଉଁ ହିତାଧିକାରୀମାନଙ୍କ ଆଧାର କାର୍ଡ ନାହିଁ ତା’ର ବ୍ଲକସ୍ତରରେ ତାଲିକା ପ୍ରସ୍ତୁତ ହେବ। ଜାନୁୟାରୀ ୩୧ତାରିଖ ସୁଦ୍ଧା ସମ୍ପୃକ୍ତ ହିତାଧିକାରୀଙ୍କୁ ଆଧାର କାର୍ଡ ଯୋଗାଇବାର ବନ୍ଦୋବସ୍ତ କରାଯିବ। ଏହି ଦୁଇ ଯୋଜନାରେ ହିତାଧିକାରୀଙ୍କ ଆଧାର ଲିଙ୍କ୍ କାର୍ଯ୍ୟକ୍ରମ ମାର୍ଚ୍ଚ ୧୫ତାରିଖ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଶ୍ରୀ ଶର୍ମା ଗତବର୍ଷ ଅଗଷ୍ଟ ୩୦ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ୨୦୧୯ ନଭେମ୍ବର ମାସରୁ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ମାସିକ ଭତ୍ତା ପ୍ରଦାନ କରିବା ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତାହା ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନି। ଅସହାୟ, ବିଧବା, ଭିନ୍ନକ୍ଷମ ଓ ୬୦ବର୍ଷ ବୟସରୁ ଅଧିକ ଗରିବ ବୃଦ୍ଧବୃଦ୍ଧାଙ୍କୁ ଜାତୀୟ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ମାସିକ ଭତ୍ତା ଦିଆଯାଉଛି। ଏହି ଦୁଇ ଯୋଜନାରେ ରାଜ୍ୟର ପ୍ରାୟ ୪୮ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି।

Related story