ଅକ୍ଟୋବର ପହିଲାରୁ କଲେଜରେ ବାୟୋମେଟ୍ରିକ ଆଟେଣ୍ଡାନ୍ସ, ସରକାର ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଗତ ପ୍ରାୟ ଦେଢ଼ବର୍ଷ ଧରି ବନ୍ଦ ଥିବା ବାୟୋମେଟ୍ରିକ ଆଟେଣ୍ଡାନ୍ସ(ଉପସ୍ଥାନ) ବ୍ୟବସ୍ଥା ପୁଣିଥରେ ଅକ୍ଟୋବର ପହିଲାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜର ଅଧ୍ୟାପକ ଓ ସମସ୍ତ କର୍ମଚାରୀଙ୍କ ନିମନ୍ତେ ଲାଗୁ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଆସନ୍ତା ଅକ୍ଟୋବର ୧ରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ-ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀମାନେ ବାୟୋମେଟ୍ରିକ […]

BJB College

Ordigital Desk
  • Published: Monday, 20 September 2021
  • , Updated: 20 September 2021, 10:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଗତ ପ୍ରାୟ ଦେଢ଼ବର୍ଷ ଧରି ବନ୍ଦ ଥିବା ବାୟୋମେଟ୍ରିକ ଆଟେଣ୍ଡାନ୍ସ(ଉପସ୍ଥାନ) ବ୍ୟବସ୍ଥା ପୁଣିଥରେ ଅକ୍ଟୋବର ପହିଲାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜର ଅଧ୍ୟାପକ ଓ ସମସ୍ତ କର୍ମଚାରୀଙ୍କ ନିମନ୍ତେ ଲାଗୁ କରାଯାଇଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଆସନ୍ତା ଅକ୍ଟୋବର ୧ରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ-ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀମାନେ ବାୟୋମେଟ୍ରିକ ଆଟେଣ୍ଡାନ୍ସ ଦେବେ। ବିଭାଗ ପକ୍ଷରୁ ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଆଜି ଅବଗତ କରାଯାଇଛି।

ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ମାସରେ କରୋନା ମହାମାରୀ ପାଇଁ ରାଜ୍ୟ ସରକାର କଟକଣା ଜାରି କରିବା ପରେ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଥିଲା। କଲେଜ ଓ ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟମାନେ କର୍ମଚାରୀମାନଙ୍କ ଉପସ୍ଥାନର ରେକର୍ଡ ରଖୁଥିଲେ।

Related story