ଭୁବନେଶ୍ୱରର ଫୁସ୍‌ଫୁସକୁ କାଟି ଦେବାକୁ ମସୁଧା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ବର୍ଷ ହେଲା ଖରାଦିନେ ହଟସିଟି ପାଲଟୁଛି ସ୍ମାର୍ଟସିଟି ଭୁବନେଶ୍ୱର । ମୁକ୍ତବାୟୁ ଟିକେ ପାଇଁ ଡହଳ ବିକଳ ହେଉଛନ୍ତି ରାଜଧାନୀବାସୀ । ସମସ୍ୟାର ସମାଧାନ ଉଦ୍ୟମ ତ ନାହିଁ ବରଂ ସହର ଭିତରେ ଥିବା ଏକ ବଡ଼ ସବୁଜିମାକୁ ବରବାଦ କରିବାକୁ ଚାଲିଛି ଭିତିରିଆ ଯୋଜନା । ଅତି ପରିଚିତ ତଥା ରାଜଧାନୀର ଫୁସ୍‌ଫୁସ୍‌ କୁହାଯାଉଥିବା ଏକାମ୍ର କାନନ ଫାର୍ମକୁ ଉଜାଡି ତା ସ୍ଥାନରେ କଂକ୍ରିଟ୍ ଜଙ୍ଗଲ ଛିଡ଼ା କରିବାକୁ ଚାଲିଛି […]

67

67

Tapas Behera
  • Published: Thursday, 29 October 2020
  • Updated: 29 October 2020, 07:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ବର୍ଷ ହେଲା ଖରାଦିନେ ହଟସିଟି ପାଲଟୁଛି ସ୍ମାର୍ଟସିଟି ଭୁବନେଶ୍ୱର । ମୁକ୍ତବାୟୁ ଟିକେ ପାଇଁ ଡହଳ ବିକଳ ହେଉଛନ୍ତି ରାଜଧାନୀବାସୀ । ସମସ୍ୟାର ସମାଧାନ ଉଦ୍ୟମ ତ ନାହିଁ ବରଂ ସହର ଭିତରେ ଥିବା ଏକ ବଡ଼ ସବୁଜିମାକୁ ବରବାଦ କରିବାକୁ ଚାଲିଛି ଭିତିରିଆ ଯୋଜନା । ଅତି ପରିଚିତ ତଥା ରାଜଧାନୀର ଫୁସ୍‌ଫୁସ୍‌ କୁହାଯାଉଥିବା ଏକାମ୍ର କାନନ ଫାର୍ମକୁ ଉଜାଡି ତା ସ୍ଥାନରେ କଂକ୍ରିଟ୍ ଜଙ୍ଗଲ ଛିଡ଼ା କରିବାକୁ ଚାଲିଛି ଉଦ୍ୟମ । ଯାହାକୁ ତୀବ୍ର ବିରୋଧ କଲେଣି ପରିବଶବିତ୍ ଓ ଅଞ୍ଚଳବାସୀ।

ଗତ ୧୩ ତାରିଖରେ ଖୋଦ୍ ଉଦ୍ୟାନକୃଷି ନିର୍ଦ୍ଦେଶକ, ଏକାମ୍ର କାନନ ସହକାରୀ ନିର୍ଦ୍ଦେଶକଙ୍କୁ ଲେଖିଥିବା ଏକ ଚିଠିରେ ସ୍ପଷ୍ଟ ଭାବେ କହିଛନ୍ତି ବିଲ୍ଡିଂ ଛିଡ଼ା ହୋଇଥିବା କେବଳ ୫ ଏକର ୭୭୫ ଡିସିମିଲ୍ ଜମିକୁ ଛାଡ଼ି ବାକି ସମସ୍ତ ୨୦ ଏକର ୧୯୨ ଡିସିମିଲ୍ ଜିଏ ଡିପାର୍ଟମେଣ୍ଟକୁ ଫେରାଅ । ତେବେ ଏଠି ପ୍ରଶ୍ନ, ହଠାତ୍ ଏତେ ପରିମାଣର ସବୁଜିମା ଅଞ୍ଚଳକୁ ନେଇ କଣ କରିବ ଜିଏ ଡିପାର୍ଟମେଣ୍ଟ ? କୃଷିଉଦ୍ୟାନ ବିଭାଗ ହାତରୁ ଜଙ୍ଗଲ ଜମି ଛଡ଼ାଇ ନେଇ ଆଉ କି କାମ କରିବାକୁ ଚାହୁଁଛି ସାଧାରଣ ପ୍ରଶାସନ ବିଭାଗ ? ଏ ସମ୍ପର୍କରେ ପଚାରିବାରେ ସ୍ପଷ୍ଟ ଉଦ୍ଦେଶ୍ୟ ଜାଣି ନଥିଲେ ବି ଜଙ୍ଗଲ ନଷ୍ଟ ନକରିବାକୁ କିନ୍ତୁ ପରାମର୍ଶ ଦେଇଛନ୍ତି ନିଜେ ଏକାମ୍ରକାନନ ସହକାରୀ ନିର୍ଦ୍ଦେଶକ।

ତେବେ ସେ ସିନା ସ୍ପଷ୍ଟ କଥା କହିଲେନି କିନ୍ତୁ ୨୦ ଏକର ଜମିରେ ଜଙ୍ଗଲ ଉଜାଡି କୁଆଡ଼େ ଜିଏ ଡିପାର୍ଟମେଣ୍ଟ ବ୍ୟାବସାୟିକ ଉଦ୍ଦେଶ୍ୟରେ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ଯୋଜନା ରଖିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା, ସାମାଜିକ କର୍ମୀ ଓ ପରିବେଶବିତ୍। ଏମିତିକି ସେ ପ୍ରସ୍ତାବିତ ଯୋଜନାକୁ ରଦ୍ଦ ଲାଗି ସେମାନେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବଙ୍କ ସହ ଉଦ୍ୟାନକୃଷି ବିଭାଗ ନିର୍ଦ୍ଦେଶକଙ୍କୁ ବି ଅନୁରୋଧ କରିଛନ୍ତି । ଚିଠିରେ ଦର୍ଶାଇଛନ୍ତି, ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ପାଖାପାଖି ସାଢ଼େ ୩ ହଜାର ଫଳ ଏବଂ  ଔଷଧୀୟ ବୃକ୍ଷ ବଳି ପଡ଼ିବେ । ଭୁବନେଶ୍ୱର ବାସୀଙ୍କୁ ମୁକ୍ତ ବାୟୁ ମିଳିବାରେ ଅସୁବିଧା ହେବ । ତାସହ ଉଦ୍ୟାନ ଜମି ସାବିକ୍ ରେକର୍ଡରେ ଜଙ୍ଗଲ କିସମ ରହିଥିବାରୁ ଏହାକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଲେ ତାହା ଜଙ୍ଗଲ ସୁରକ୍ଷା ଆଇନ୍-୧୯୮୦ର ଖୋଲାଖୋଲି ଉଲ୍ଲଂଘନ ହେବ। ସେପଟେ ପରିବେଶବିତ୍‌ଙ୍କ କହିବାକଥା ନ୍ୟାସନାଲ ଫରେଷ୍ଟ ପଲିସି ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ୪୦ ପ୍ରତିଶତ ଜଙ୍ଗଲ ରହିବା କଥା । ହେଲେ ଅଛି ମାତ୍ର ୧୫ ପ୍ରତିଶତ । ଆଉ ଏଭଳି ସ୍ଥିତିରେ ଜଙ୍ଗଲ ପଦା କରି ଜିଏ ଡିପାର୍ଟମେଣ୍ଟର ଅଟ୍ଟାଳିବା ନିର୍ମାଣ ପ୍ରସ୍ତାବ ସମ୍ପୂର୍ଣ୍ଣ ବେଆଇନ୍ । ଯାହାକୁ ସ୍ଥାନୀୟ ବାସିନ୍ଦା ବି ତୀବ୍ର ବିରୋଧ କଲେଣି।

ମହତ୍ ଉଦ୍ଦେଶ୍ୟ ନେଇ ୧୯୭୫ ମସିହାରେ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ନିର୍ମାଣ ହୋଇଥିଲା ଚନ୍ଦକା ଅଭୟାରଣ୍ୟକୁ ଲାଗି ରହିଥିବା ଏକାମ୍ରକାନନ ଫାର୍ମ । ଯେଉଁଠି ଏହାକୁ ଲାଗି ରହିଛି ଏକାମ୍ରକାନନ ପାର୍କ । ହେଲେ ଏବେ ଏହାର ବିନାଶୀକରଣ ଯୋଜନାକୁ ନେଇ ତେଜିଲାଣି ପ୍ରତିବାଦର ସ୍ୱର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story