ଧବଳେଶ୍ୱରଙ୍କ ପୀଠରେ ଲାଗିହେଲା ଗଜଭୋଗ
- Published: Friday, 03 November 2017
- , Updated: 03 November 2017, 09:34 AM IST
<p>କଟକ: ବଡ଼ ଓଷା ଅବସରରେ କଟକ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ନିକଟରେ ଗଜଭୋଗ ଲାଗି ହୋଇଛି। ଆଜି ସକାଳେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଛନ୍ତି। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ନଦୀ ପାର ହୋଇଆସୁଥିବା ଭକ୍ତଙ୍କ ସୁରକ୍ଷା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି।</p>
<p>ନଦୀ ପାର ହେବା ନିମନ୍ତେ ୧୪ଟି ମୋଟର ଚାଳିତ ଡଙ୍ଗା ସାଙ୍ଗକୁ ୭୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଲାଗି ଓଡ୍ରାଫ ଟିମ ମୁତୟନ ରହିଛନ୍ତି।</p>