ଗଜପତି: ଗଜପତି ଜିଲ୍ଲା ବାଡେଗୁଡ଼ା ପଞ୍ଚାୟତରେ ଗୁଣିଗାରେଡ଼ି ସନ୍ଦେହରେ ଦୁଇଜଣଙ୍କୁ ହତ୍ୟା ଅଭିଯୋଗ ଘଟଣାରେ ଆଉ ତିନି ଗିରଫ ହୋଇଛନ୍ତି। ଗିରଫଙ୍କ ମଧ୍ୟରେ ଡମ୍ୱାଗୁଡ଼ା ପଞ୍ଚାୟତ ସରପଞ୍ଚ ରମେଶ ମଲ୍ଲିକଙ୍କ ସମେତ ଜଣେ ୱାର୍ଡମେମ୍ୱର ପବିତ୍ର ମଲ୍ଲିକ ଅଛନ୍ତି। ଏମାନଙ୍କୁ ମିଶାଇ ଏହି ହତ୍ୟା ଘଟଣାରେ ମୋଟ୍ ୧୫ଜଣଙ୍କୁ ଗିରଫ କରାଯାଇ ସାରିଛି ବୋଲି ଅଡବା ଥାନା ଆଇଆଇସି ଅନାମ ଲାକ୍ରା । ଅଭିଯୋଗ ଅନୁସାରେ, ବାଡେ଼ଗୁଡ଼ା ଓ ପାଦେରିମା ଗାଁରେ କିଛି ଲୋକଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଗୁଣିଗାରେଡ଼ି ସନ୍ଦେହରେ ଦୁଇ ଗାଁରେ ଲୋକେ ଗତ ୨୨ ତାରିଖରେ ଗୁଣିଆ ଡାକି ଖଟ ବୁଲାଇଥିଲେ। ଯାହା ଲାଗିଥିଲା ଗାଁର ସୁବାସ ମଳିକ, ପିତେଲା ମାଝୀ ଓ ସାମି ମଳିକଙ୍କ ଘରେ। ଲୋକେ ଏହି ୩ ଜଣଙ୍କୁ ଦୋଷୀ କରି ୬୦ ହଜାର ଟଙ୍କା ଲେଖାଏଁ ଜରିମାନା ପକାଇଥିଲେ। ସାମି ଜରିମାନା ଦେଇଥିଲେ। କିନ୍ତୁ ଅନ୍ୟ ୨ ଜଣ ଟଙ୍କା ଦେବାକୁ ରାଜି ହୋଇନଥିଲେ। ଫଳରେ ଗତ ୨୭ ତାରିଖରେ ଗାଁର କିଛି ଲୋକ ସୁବାସ ଓ ପିତେଲାଙ୍କୁ ପିଟିପଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍ ଥିଲେ ଦୀପାଳି-ଆକାଶ?
ଦୀପାଳି କହିଛନ୍ତି, ଅନାସ୍ଥା ଯେତେବେଳେ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ଅନାସ୍ଥା ପାଇଁ ତାରିଖ ଦିଆଗଲା ୧୦ ଜାନୁଆରୀ।
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।