ଶ୍ରୀକ୍ଷେତ୍ରର ବିକାଶକୁ ନେଇ ଏମିତି କହିଲେ ଗଜପତି ମହାରାଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ପ୍ରଦେଶ ଗଠନ ହେଉ ବା ଦେଶ ସ୍ୱାଧୀନ ହେବା ପରଠୁ କୌଣସି ସରକାର ପୁରୀ ଶ୍ରୀମନ୍ଦିର ପାଇଁ ଚିନ୍ତନ କରି ନଥିଲେ। ହେଲେ ଏବେ ରାଜ୍ୟ ସରକାର ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ଏଭଳି ଭକ୍ତି ଭାବ କିଭଳି ପଶିଲା? ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଗଜପତି ମହାରାଜା ଦିବ୍ୟଶଙ୍କର ଦେବ। ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦଶମ ବାର୍ଷିକ ଉତ୍ସବରେ ଯୋଗଦେଇ ମହାରାଜା କହିଛନ୍ତି-“ଆମେ […]

puri-jagannath-temple

Manoranjan Sial
  • Published: Monday, 16 December 2019
  • , Updated: 16 December 2019, 10:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ପ୍ରଦେଶ ଗଠନ ହେଉ ବା ଦେଶ ସ୍ୱାଧୀନ ହେବା ପରଠୁ କୌଣସି ସରକାର ପୁରୀ ଶ୍ରୀମନ୍ଦିର ପାଇଁ ଚିନ୍ତନ କରି ନଥିଲେ। ହେଲେ ଏବେ ରାଜ୍ୟ ସରକାର ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ଏଭଳି ଭକ୍ତି ଭାବ କିଭଳି ପଶିଲା? ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଗଜପତି ମହାରାଜା ଦିବ୍ୟଶଙ୍କର ଦେବ।

ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦଶମ ବାର୍ଷିକ ଉତ୍ସବରେ ଯୋଗଦେଇ ମହାରାଜା କହିଛନ୍ତି-“ଆମେ ଜାଣିଛୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଜଣେ ଭଲ ଲୋକ ଥିଲେ। ସେ ପାଣ୍ଡିତ୍ୟ ଓ ଜ୍ଞାନ ଥିଲେ। ତାଙ୍କ ହୃଦୟରେ ଏଭଳି କଥା ଆସିବା ସ୍ୱଭାବିକ। କିନ୍ତୁ ନବୀନବାବୁଙ୍କ ସମୟରେ ଏପରି ହେବା କଣ ଆଶ୍ଚର୍ଯ୍ୟର କଥା ନୁହେଁ? ଏପରି କାମ ସବୁ ସେହି ମହାପ୍ରଭୁ କରୁଛନ୍ତି। ଇଏ ଯେଉଁ ଠାକୁର ଆସିଛନ୍ତି, ତାଙ୍କ ପ୍ରତି ଟିକେ ସାବଧାନ। ଆମର କର୍ତ୍ତବ୍ୟ ହେଲା, ଆମେ ନିଜକୁ ତାଙ୍କ ପାଦତଳେ ସମର୍ପିଦେବା। ହେ ପ୍ରଭୁ ଯାହା କରିବାକୁ ଚାହୁଁଛ, ତାହା କରାଇନିଅ। ସମସ୍ତଙ୍କର ମଙ୍ଗଳ ହେଉ।”

ଶ୍ରୀମନ୍ଦିର ଓ ସହରର ବିକାଶ ମୂଳକ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ମହାରାଜା। ହେଲେ ଏହାର ରୂପରେଖ ଭବିଷ୍ୟତରେ ଜଣାପଡ଼ିବ। ତେବେ ବିକାଶ ସହ ଶ୍ରୀମନ୍ଦିର ଭିତରେ ସେବାପୂଜା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ସଂସ୍କାର ଆଣିବା ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ଗଜପତି ମହାରାଜା କହିଛନ୍ତି।

ନବୀନ ବାବୁ ଶ୍ରୀମନ୍ଦିର ଓ ସହରର ଉନ୍ନତିକରଣ ପରିକଳ୍ପନାକୁ ନେଇ ଗଜପତି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଯାହା ହେଉଛି ସବୁ ମହାପ୍ରଭୁଙ୍କ ଇଚ୍ଛାରେ ହେଉଛି ବୋଲି ଗଜପତି ମହାରାଜ କହିଛନ୍ତି।

Related story