ଅଦିନରେ ରଥା ଯାତ୍ରା ନକରିବାକୁ ଇସ୍କନକୁ ଚିଠି ଲେଖିବେ ଗଜପତି

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଉଠିଥିଲା ଅଦିନିଆ ରଥଯାତ୍ରା ପ୍ରସଙ୍ଗ। ଏହାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଇସ୍କନ ମୁଖ୍ୟଙ୍କୁ ଏନେଇ ଚିଠି ଲେଖି ଅବଗତ କରାଇବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆଗାମୀ ଦିନରେ ଏପରି ରଥଯାତ୍ରା ନକରିବାକୁ ଚିଠିରେ ଜଣାଯିବ। ଏହାପୂର୍ବରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ଗତ ୩୦ ତାରିଖରେ ମୟାନଗରୀ ମୁମ୍ୱାଇରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥଯାତ୍ରା। ଇସ୍କନ ଏହି ରଥଯାତ୍ରା ଆୟୋଜନ […]

puri-1

Manoranjan Sial
  • Published: Wednesday, 05 February 2020
  • , Updated: 05 February 2020, 03:29 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଉଠିଥିଲା ଅଦିନିଆ ରଥଯାତ୍ରା ପ୍ରସଙ୍ଗ। ଏହାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଇସ୍କନ ମୁଖ୍ୟଙ୍କୁ ଏନେଇ ଚିଠି ଲେଖି ଅବଗତ କରାଇବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆଗାମୀ ଦିନରେ ଏପରି ରଥଯାତ୍ରା ନକରିବାକୁ ଚିଠିରେ ଜଣାଯିବ। ଏହାପୂର୍ବରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।

ଗତ ୩୦ ତାରିଖରେ ମୟାନଗରୀ ମୁମ୍ୱାଇରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥଯାତ୍ରା। ଇସ୍କନ ଏହି ରଥଯାତ୍ରା ଆୟୋଜନ କରିଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ମୁମ୍ୱାଇ ଇସ୍କନର ଏପରିକି କାର୍ଯ୍ୟକ୍ରମକୁ ଓଡ଼ିଶା ଇସ୍କନ ପକ୍ଷରୁ ବିରୋଧ କରାଯାଇଥିଲା। ସେତେବେଳେ ଓଡ଼ିଶା ଇସ୍କନ ଲୋକସଂପର୍କ ଅଧିକାରୀ ରାଧାକାନ୍ତ ଦାସ କହିଥିଲେ, ଓଡ଼ିଶା ଇସ୍କନ ଚାହେଁ ଗୋଟିଏ ଦିନରେ ରଥଯାତ୍ରା ହେଉ। ପୁରୀ ସହ ସାରା ବିଶ୍ୱରେ ଗୋଟିଏ ଦିନରେ ରଥଯାତ୍ରା ହେଉ। ସେଠାକାର ସରକାର କାହିଁକି ଅଦିନିଆ ରଥଯାତ୍ରା କରିବାକୁ ପ୍ରୋତ୍ସାହନ ଦେଉଛି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ।

ଅନ୍ୟପକ୍ଷରେ ଏନେଇ ପୁରୀ ସିଂହଦ୍ୱାର ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲା। ରଥଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା।

Related story