ବଫର ଜୋନ୍‌ରୁ ଆସିଥିଲେ ଗର୍ଭବତୀ, ପ୍ରସବ ନିମନ୍ତେ ମନା କଲେ ମେଡିକାଲ୍‌ କର୍ତ୍ତୃପକ୍ଷ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍‌ ଭୁଷୁଡି ଗ୍ରାମର ଜଣେ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ମଧ୍ୟ ହୋଇସାରିଥିଲା। ହେଲେ ରେକର୍ଡପତ୍ର ଯାଞ୍ଚ ବେଳେ ସେ ବଫର ଜୋନ୍‌ରୁ ଆସିଥିବା ଜଣାପଡ଼ିଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରୁ ବାହାର କରିଦିଆଯାଇଥିଲା। ଅନ୍ୟ କୌଣସି ଉପାୟ ନ ପାଇ ସେ ଅପରାହ୍ନ ୨ଟାରୁ ରାତି ୯ଟା ଯାଏଁ ହସ୍ପିଟାଲ ବାରଣ୍ଡାରେ ପଡି […]

ledy-1--1

ledy-1--1

Niharika Rout
  • Published: Wednesday, 27 May 2020
  • Updated: 27 May 2020, 02:50 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍‌ ଭୁଷୁଡି ଗ୍ରାମର ଜଣେ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ମଧ୍ୟ ହୋଇସାରିଥିଲା। ହେଲେ ରେକର୍ଡପତ୍ର ଯାଞ୍ଚ ବେଳେ ସେ ବଫର ଜୋନ୍‌ରୁ ଆସିଥିବା ଜଣାପଡ଼ିଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରୁ ବାହାର କରିଦିଆଯାଇଥିଲା। ଅନ୍ୟ କୌଣସି ଉପାୟ ନ ପାଇ ସେ ଅପରାହ୍ନ ୨ଟାରୁ ରାତି ୯ଟା ଯାଏଁ ହସ୍ପିଟାଲ ବାରଣ୍ଡାରେ ପଡି ରହିଥିଲେ। ତଥାପି କେହି ତାଙ୍କ ଦୁଃଖ ଶୁଣି ନ ଥିଲେ। ସବୁଆଡ଼ୁ ନିରାଶ ହେବା ପରେ ବାଧ୍ୟ ହୋଇ ତାଙ୍କ ପରିବାର ଲୋକେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଏବଂ ବିଧାୟକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।

ଏହାପରେ ବିଧାୟକ କେ.ନାରାୟଣ ରାଓ ହସ୍ପିଟାଲରେ ପହଞ୍ଚି ମହିଳାଙ୍କ ଅବସ୍ଥା ଦେଖିବା ସହ ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। କଣ୍ଟେନମେଣ୍ଟ ଜୋନ୍‌ରୁ ଆସିଥିବା ମହିଳାଙ୍କ ପ୍ରସବ କୋଭିଡ୍ ମେଡିକାଲରେ ହେବା ନିୟମ ରହିଛି। ତେଣୁ ତାଙ୍କୁ ସାଧାରଣ ହସ୍ପିଟାଲରେ ଭର୍ତ୍ତି କରିବା ସମ୍ଭବ ନୁହେଁ ବୋଲି ନିଜ ଜିଦ୍‌ରେ ଅଡ଼ି ବସିଥିଲେ ଜିଲ୍ଲା ଚିକିତ୍ସାଧିକାରୀ। ପରେ ବହୁ ବୁଝାସୁଝା ପରେ ଏକ ସ୍ୱତନ୍ତ୍ର କୋଠରୀରେ ଉକ୍ତ ମହିଳାଙ୍କୁ ରଖି ତାଙ୍କ ଚିକିତ୍ସା କରାଯାଉଥିବା ଜଣାଯାଇଛି। ଆଜି ତାଙ୍କର ସର୍ଜରୀ କରାଯାଇ ପ୍ରସବ କରାଯିବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos