କଳାମେରୀ ପଞ୍ଚାୟତ ଗଠନ ଦାବିରେ ରାସ୍ତାରୋକ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ୍‌ର ଶିକୁଳିପଦର ଗ୍ରାମପଞ୍ଚାୟତକୁ ବିଭାଜନ କରି ନୂତନ ଭାବେ କଳାମେରୀ ପଞ୍ଚାୟତ ଗଠନ କରିବା ଦାବିରେ ଆଜି ଲୁହାଗୁଡ଼ି ଛକରେ ବ୍ରହ୍ମପୁର-ରାୟଗଡ଼ା ରାସ୍ତାକୁ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ସେମାନେ ୧୨ ଘଣ୍ଟିଆ ରାସ୍ତା ଅବରୋଧ ଡାକରା ଦେଇଥିଲେ। ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ ବାରମ୍ବାର କହିବା ସତ୍ତ୍ୱେ ସେମାନଙ୍କ ଦାବିକୁ ପ୍ରଶାସନ ଓ ସରକାର ଅଣଦେଖା କରି ଚାଲିଛନ୍ତି। ତେଣୁ ଆଜି ରାସ୍ତା ଅବରୋଧ କରାଯାଇଛି। ସଞ୍ଜୀବ ମଲ୍ଲିକ ନାମକ […]

road block

Rakesh Mallick
  • Published: Wednesday, 31 August 2016
  • , Updated: 31 August 2016, 10:55 PM IST

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ୍‌ର ଶିକୁଳିପଦର ଗ୍ରାମପଞ୍ଚାୟତକୁ ବିଭାଜନ କରି ନୂତନ ଭାବେ କଳାମେରୀ ପଞ୍ଚାୟତ ଗଠନ କରିବା ଦାବିରେ ଆଜି ଲୁହାଗୁଡ଼ି ଛକରେ ବ୍ରହ୍ମପୁର-ରାୟଗଡ଼ା ରାସ୍ତାକୁ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ସେମାନେ ୧୨ ଘଣ୍ଟିଆ ରାସ୍ତା ଅବରୋଧ ଡାକରା ଦେଇଥିଲେ।

ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ ବାରମ୍ବାର କହିବା ସତ୍ତ୍ୱେ ସେମାନଙ୍କ ଦାବିକୁ ପ୍ରଶାସନ ଓ ସରକାର ଅଣଦେଖା କରି ଚାଲିଛନ୍ତି। ତେଣୁ ଆଜି ରାସ୍ତା ଅବରୋଧ କରାଯାଇଛି।

ସଞ୍ଜୀବ ମଲ୍ଲିକ ନାମକ ଜଣେ ଆନ୍ଦୋଳନକାରୀ କହିଛନ୍ତି,“ଶିକୁଳିପଦର ଆମକୁ ବହୂ ଦୂର ପଡୁଛି। ସେଠାକୁ ଯିବାଆସିବାରେ ଆମେ ଅସୁବିଧାର ସମ୍ମୁଖୀନ ହେଉଛି। ତେଣୁ ଶିକୁଳିପଦର ପଞ୍ଚାୟତକୁ ବିଭାଜନ କରି ନୂତନ ଭାବେ କଳାମେରୀ ପଞ୍ଚାୟତ ଗଠନ କରିବାକୁ ଆମେ ଦାବି କରୁଛୁ। ୧୮ଟି ଗାଁକୁ ନେଇ କଳାମେରୀ ପଞ୍ଚାୟତ ଗଠନ କରିବାକୁ ଆମେ ଦାବି କରୁଛୁ।”

ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ କହିଛନ୍ତି,“ଆନ୍ଦୋଳନକାରୀଙ୍କ ଦାବି ଯୁକ୍ତିଯୁକ୍ତ। ସେମାନଙ୍କ ଦାବି ସଂପର୍କରେ ଆମେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଜଣାଇଦେବୁ।”

Related story