ଶ୍ରୀଜିଉଙ୍କୁ ସପରିବାର ସହ ଦର୍ଶନ କଲେ ଗଜପତି ମହାରାଜା

ପୁରୀ: ଗଜପତି ମହାରାଜ ଦିବ୍ୟସିଂଦେବ ଆଜି ସପରିବାର ଚତୁର୍ଦ୍ଧା ମୁରତୀଙ୍କ ଦର୍ଶନ କରିବା ସହ ଜଗମୋହନ ମରାମତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଗଜପତିଙ୍କ ସହ ମହାରାଣୀ ଲୀଳାବତୀ ପାଟମହାଦେଇ ଏବଂ ତାଙ୍କ କନ୍ୟା, ଜ୍ୱାଇଁ ଓ ନାତି ପ୍ରମୁଖ ଯାଇ ମହାପ୍ରଭୁଙ୍କ ଆଶିଷ ଲାଭ କରିଥିଲେ। ଦର୍ଶନ ପରେ ଗଜପତି ମହାରାଜ ଜଗମୋହନ ମରାମତି ଏବଂ ପୋର୍ଟାଲ ଷ୍ଟିଲ୍ ବକ୍ସ ଫ୍ରେମ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ASI କର୍ତ୍ତୃପକ୍ଷ ସହ […]

puri

Rakesh Mallick
  • Published: Friday, 05 May 2017
  • , Updated: 05 May 2017, 11:18 PM IST

ପୁରୀ: ଗଜପତି ମହାରାଜ ଦିବ୍ୟସିଂଦେବ ଆଜି ସପରିବାର ଚତୁର୍ଦ୍ଧା ମୁରତୀଙ୍କ ଦର୍ଶନ କରିବା ସହ ଜଗମୋହନ ମରାମତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଗଜପତିଙ୍କ ସହ ମହାରାଣୀ ଲୀଳାବତୀ ପାଟମହାଦେଇ ଏବଂ ତାଙ୍କ କନ୍ୟା, ଜ୍ୱାଇଁ ଓ ନାତି ପ୍ରମୁଖ ଯାଇ ମହାପ୍ରଭୁଙ୍କ ଆଶିଷ ଲାଭ କରିଥିଲେ। ଦର୍ଶନ ପରେ ଗଜପତି ମହାରାଜ ଜଗମୋହନ ମରାମତି ଏବଂ ପୋର୍ଟାଲ ଷ୍ଟିଲ୍ ବକ୍ସ ଫ୍ରେମ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ASI କର୍ତ୍ତୃପକ୍ଷ ସହ କାମର ଅଗ୍ରଗତି ନେଇ ଗଜପତି ଆଲୋଚନା ମଧ୍ୟ କରିଥିଲେ। ଏଥି ସହିତ ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ  କରିବାକୁ ସମସ୍ତ ସେବାୟତଙ୍କୁ ନିବେଦନ ମଧ୍ୟ କରିଥିଲେ।

Related story