ଗଜଭିୟେଙ୍କ ନାମରେ ନିମାପଡା କୋର୍ଟରେ ମାମଲା

ପୁରୀ: କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ବିରୋଧରେ ନିମାପଡ଼ା କୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଗୋପ ବ୍ଲକରେ ଜମି ଜବରଦଖଲ ଅଭିଯୋଗ ନେଇ ପୁରୀ ସଚେତନ ନାଗରିକ ମଞ୍ଚ ଏହି ମାମଲା ଦାଏର କରିଛି। ଜମି ଜବରଦଖଲ ଅଭିଯୋଗ ନେଇ ଗତକାଲି ଗଜଭିୟେଙ୍କୁ ଭିଜିଲାନ୍ସ ପଚରାଉଚରା କରିଥିଲା। ଗଜଭିୟେ ଜମି ଜବରଦଖଲ କରିଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ କରୁଥିବା ବେଳେ ଗୋପ ସବ୍ ରେଜିଷ୍ଟ୍ରାର ଅଫିସରୁ କାଗଜପତ୍ର ମଗାଇଛି। ଅଭିଯୋଗର ପ୍ରମାଣ ମିଳିଲେ ଏଫଆଇଆର […]

gajviye

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 12:13 PM IST

ପୁରୀ: କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ବିରୋଧରେ ନିମାପଡ଼ା କୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଗୋପ ବ୍ଲକରେ ଜମି ଜବରଦଖଲ ଅଭିଯୋଗ ନେଇ ପୁରୀ ସଚେତନ ନାଗରିକ ମଞ୍ଚ ଏହି ମାମଲା ଦାଏର କରିଛି। ଜମି ଜବରଦଖଲ ଅଭିଯୋଗ ନେଇ ଗତକାଲି ଗଜଭିୟେଙ୍କୁ ଭିଜିଲାନ୍ସ ପଚରାଉଚରା କରିଥିଲା। ଗଜଭିୟେ ଜମି ଜବରଦଖଲ କରିଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ କରୁଥିବା ବେଳେ ଗୋପ ସବ୍ ରେଜିଷ୍ଟ୍ରାର ଅଫିସରୁ କାଗଜପତ୍ର ମଗାଇଛି। ଅଭିଯୋଗର ପ୍ରମାଣ ମିଳିଲେ ଏଫଆଇଆର ରୁଜୁ ହେବେ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଗଜଭିୟେ ଆଜି କଟକ ସ୍ଥିତ ପୋଲିସ ହେର୍ଡକ୍ୱାଟରକୁ ଯାଇଛନ୍ତି ।

Related story