ଗଜଭିୟେଙ୍କ ବିରୋଧରେ ସିବିଆଇକୁ ପିଟିସନ୍ ଦେଲେ ସାମାଜିକ ସଂଗଠନ

ଭୁବନେଶ୍ୱର: ଗଜଭିୟେ ପ୍ରସଙ୍ଗରେ ଆଜି କିଛି ସାମାଜିକ ସଂଗଠନ ସିବିଆଇର ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସକୁ ଯାଇ ସେଠାରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପୁରୀ ଜିଲ୍ଲା ଗୋପରେ ଗଜଭିୟେ ଅନେକ ଜମି ଅକ୍ତିଆର କରି ରଖିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାଛଡା ଗଜଭିମ୍ଭେଙ୍କ ସଂପତ୍ତି ନେଇ ମଧ୍ୟ ଯାଞ୍ଚ ହେଉ ବୋଲି ସେମାନେ ଦାବି କରିଛନ୍ତି । ଏହି ସାମାଜିକ ସଂଗଠନ ଗୁଡିକ ଗୋପ ଯାଇ ସେଠାକାର ଲୋକଙ୍କୁ […]

cbioffice

Rakesh Mallick
  • Published: Wednesday, 12 August 2015
  • , Updated: 12 August 2015, 11:02 AM IST

ଭୁବନେଶ୍ୱର: ଗଜଭିୟେ ପ୍ରସଙ୍ଗରେ ଆଜି କିଛି ସାମାଜିକ ସଂଗଠନ ସିବିଆଇର ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସକୁ ଯାଇ ସେଠାରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପୁରୀ ଜିଲ୍ଲା ଗୋପରେ ଗଜଭିୟେ ଅନେକ ଜମି ଅକ୍ତିଆର କରି ରଖିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାଛଡା ଗଜଭିମ୍ଭେଙ୍କ ସଂପତ୍ତି ନେଇ ମଧ୍ୟ ଯାଞ୍ଚ ହେଉ ବୋଲି ସେମାନେ ଦାବି କରିଛନ୍ତି । ଏହି ସାମାଜିକ ସଂଗଠନ ଗୁଡିକ ଗୋପ ଯାଇ ସେଠାକାର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ। ଆଗରୁ ଚିଟ୍ ଫଣ୍ଡ ଲିଙ୍କ ନେଇ ଗଜଭିୟେଙ୍କୁ ସିବିଆଇ ପ୍ରଶ୍ନ କରିଥିଲା ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ପିଛା ଛାଡୁନି ବିବାଦ। କେନ୍ଦ୍ରାପଡ଼ା ଘଟଣାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର୍ ଧରିଥିବା ବେଳେ, ତାଙ୍କ ନାଁରେ ଏହି ନୂଆ ଅଭିଯୋଗ ଆସିଛି। ପୁରୀ ଜିଲ୍ଲା ଗୋପ ତହସିଲ ଅଧୀନସ୍ଥ ବରିମୁଣ୍ଡ ସର୍କଲର ସାନକିଆପାଳ ଓ ବଡ଼କିଆପାଳ ମୌଜାରେ ଏକାଧିକ ଜମିକୁ ସେ ବେଆଇନ୍ ଭାବେ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗଜଭିୟେ ତାଙ୍କ ସ୍ତ୍ରୀ ରଂଜନା ନାଁରେ ୯ ଏକର ଜମି କିଣିଥିବା ଦଲିଲ୍ ମିଲୁଥିବା ବେଳେ, ତାଠାରୁ ବହୁଗୁଣର ଜମି ସେ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି। ଏହିସବୁ ଜମିରେ ମାଛଚାଷ ପାଇଁ ପୋଖରୀ ଖୋଳାଯାଇଛି। ଏ ଜମିକୁ ଲାଗି କାଦୁଆ ନଦୀ  ରହିଛି। ବେଆଇନ ଭାବେ ନଦୀଶଯ୍ୟାକୁ ଅବରୋଧ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେପଟେ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।

Related story