ବିଜେଡିର କ୍ରିକେଟ, ଫୁଟବଲ ପଲଟିକ୍ସ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଗାଁ ଗାଁରେ ଜମିବ କ୍ରିକେଟ୍ ଆଉ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ । ଗ୍ରାମାଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କୁ ମିଳିବ ପ୍ଲାଟଫର୍ମ । ଘରୋଇ କ୍ଷେତ୍ରରେ ନୁହେଁ ବରଂ ପଲିଟିକାଲ୍ ପ୍ଲାଟଫର୍ମରେ ହେବ ପ୍ରିମିୟର୍ ଲିଗ୍ । ଯାହାର ଆଜି ବିଗୁଲ୍ ବଜାଇ ଲୋଗୋ ଉନ୍ମାଚନ କରିଛି ବିଜେଡି। ମୟୁରଭଞ୍ଜରୁ ଆରମ୍ଭ ହେବାକୁ ଥିବା ବିଭିନ୍ନ ଜିଲ୍ଲାସ୍ତରୀୟ ଲିଗ୍ ପାଇଁ ଆଜି ବାରିପଦାରେ ଲୋଗୋ ଉନ୍ମାଚନ ସହ ଚୁଡାନ୍ତ କାର୍ଯ୍ୟକ୍ରମର ରୂପରେଖ ସ୍ପଷ୍ଟ କରିଛି ଦଳ । […]

6hn

6hn

Tapas Behera
  • Published: Saturday, 23 January 2021
  • Updated: 23 January 2021, 08:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଗାଁ ଗାଁରେ ଜମିବ କ୍ରିକେଟ୍ ଆଉ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ । ଗ୍ରାମାଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କୁ ମିଳିବ ପ୍ଲାଟଫର୍ମ । ଘରୋଇ କ୍ଷେତ୍ରରେ ନୁହେଁ ବରଂ ପଲିଟିକାଲ୍ ପ୍ଲାଟଫର୍ମରେ ହେବ ପ୍ରିମିୟର୍ ଲିଗ୍ । ଯାହାର ଆଜି ବିଗୁଲ୍ ବଜାଇ ଲୋଗୋ ଉନ୍ମାଚନ କରିଛି ବିଜେଡି। ମୟୁରଭଞ୍ଜରୁ ଆରମ୍ଭ ହେବାକୁ ଥିବା ବିଭିନ୍ନ ଜିଲ୍ଲାସ୍ତରୀୟ ଲିଗ୍ ପାଇଁ ଆଜି ବାରିପଦାରେ ଲୋଗୋ ଉନ୍ମାଚନ ସହ ଚୁଡାନ୍ତ କାର୍ଯ୍ୟକ୍ରମର ରୂପରେଖ ସ୍ପଷ୍ଟ କରିଛି ଦଳ । ପଞ୍ଚାୟତସ୍ତରରୁ ଖେଳାଳୀ ଚୟନ କରି ପ୍ରତ୍ୟେକ ବ୍ଲକରୁ ୮ଟି ଲେଖାଏଁ ଫୁଟବଲ୍ ଓ କ୍ରିକେଟ୍ ଟିମ୍ ଗଠନ କରାଯିବ । ଏଭଳି ଭାବେ ରାଜ୍ୟର ସବୁ ଜିଲ୍ଲାରେ ୩୨ଟି ଲେଖାଏଁ ଟିମ୍ ଚୟନ କରି ପ୍ରିମିୟର୍ ଲିଗ୍‌ର ଆୟୋଜନ କରିବ ବିଜେଡି । ଏଥିପାଇଁ ଚୟନ ପ୍ରକ୍ରିୟା ଦାୟିତ୍ୱରେ ରହିବେ ବିଜେଡି ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ । ଆଜି ପରୀକ୍ଷାମୂଳକ ଭାବେ ଏହି କାର୍ଯ୍ୟକ୍ରମ ମୟୁରଭଞ୍ଜ ଜିଲ୍ଲାରେ ଅରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲା ଗୁଡ଼ିକରେ ବି କରାଯିବ ।  କେବଳ କ୍ରିକେଟ କିମ୍ବା ଫୁଟବଲ ନୁହେଁ, ବିଭିନ୍ନ ଜିଲ୍ଲାର ଲୋକପ୍ରିୟ ଖେଳକୁ ବି କାର୍ଯ୍ୟକ୍ରମରେ ସାମିଲ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି ।

ବିଜେଡିର ଏହି ଖେଳ ରାଜନୀତିରେ ଟାର୍ଗେଟରେ ରହିଛନ୍ତି ବିଜେପି ମୁହାଁ ଯୁବ ଏବଂ ଛାତ୍ର ସମୂହ । ଯାହାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରତ୍ୟେକ ଜିଲ୍ଲାରେ ହେବ ଫୁଟବଲ୍ ଏବଂ କ୍ରିକେଟ୍ ଲିଗ୍ । ଖେଳକୁ ଆୟୁଧ କରି ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଭୋଟ ବ୍ୟାଙ୍କ୍ ବନାଇ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ବୈତରଣୀ ପାରି ହେବାକୁ ବିଜେଡିର ରଣନୀତି ବୋଲି କହିଛନ୍ତି ବିରୋଧୀ । ୨୦୧୨ ଅପେକ୍ଷା ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ବିଜେଡି । ୨୦୧୨ରେ ବିଜେଡି ୬୫୪ଟି ଜିଲ୍ଲା ପରିଷଦ ଆସନ ଦଖଲ କରିଥିବାବେଳେ ୨୦୧୭ରେ ଏହା ଖସି ୪୭୩ଟି ସିଯ୍‌ରେ ସୀମିତ ରହିଥିଲା ।

ରାଜନୈତିକ ସମୀକ୍ଷକଙ୍କ ମତ, ଏହି ସମୟରେ ବିଜେଡି ଅପେକ୍ଷା ବିଜେପି ପ୍ରତି ଆକୃଷ୍ଟ ହୋଇଥିବା ଯୁବ ଏବଂ ଛାତ୍ର ଗୋଷ୍ଠୀଙ୍କ ଅଧିକାଂଶ ଭୋଟ୍ ବିଜେପି ଖାତାକୁ ଯାଇଥିଲା । ତେଣୁ ସେହି ଭୋଟରଙ୍କୁ ଏବେ ଆକର୍ଷିତ କରିବାକୁ ଯାଇ ବିଜେଡି ଏବେ ଏହି କ୍ରୀଡ଼ା ରଣନୀତି ଆପଣାଇଛି । ତେବେ ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ ଯୁବ ଗୋଷ୍ଠୀର ସବୁଠାରୁ ବଡ଼ ଆବଶ୍ୟକତା ନିଯୁକ୍ତି କ୍ଷେତ୍ରକୁ ଗୁରୁତ୍ୱ ନଦେଇ କ୍ରୀଡ଼ା ରାଜନୀତି ଆପଣାଇଥିବା ବିଜେଡିକୁ ବାସ୍ତବରେ କେତେ ସହାୟ ହେବ, ତାକୁ ଅପେକ୍ଷା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story