ଗଣେଶପୂଜା ପାଇଁ ଉତ୍ସବ ମୁଖର ତାଳଚେର

ଅନୁଗୋଳ: ଆସୁଛନ୍ତି ଗଜାନନ। ଭଳିକି ଭଳି ବେଶ ଭୂଷାରେ ସୁସଜ୍ଜିତ କରାଯାଉଛି ସିଦ୍ଧିଦାତାଙ୍କ ମୃଣ୍ମୟ ମୂର୍ତ୍ତୀକୁ। କାରଣ ଅଗ୍ରପୂଜ୍ୟଙ୍କ ଆବାହନ ପାଇଁ ମାତ୍ର ଦିନଟିଏ ରହିଛି। ଶ୍ରୀ ଗଣେଶଙ୍କ ଆରାଧନା ପାଇଁ ତାଳଚେର ସହର ଚଳଚଞ୍ଚଳ ହୋଇପଡିଛି। ଏଠି ବହୁ ଆକର୍ଷଣ ଢଙ୍ଗରେ ଓ ମହାଆଡମ୍ୱରରେ ଗଜାନନଙ୍କ ଉତ୍ସବ ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ପରି ଏଥର ବି ସହରର ହାଟତୋଟା, ବଡଦାଣ୍ଡ ସାହି, ବଡବଜାର, ନୂଆସାହି, ରାମଚନ୍ଦ୍ରବଜାର ଆଦି ସ୍ଥାନରେ ୬୦ଟି ପୂଜା ମଣ୍ଡପ କରାଯାଇଛି। […]

talcher

talcher

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 10:30 AM IST

ଅନୁଗୋଳ: ଆସୁଛନ୍ତି ଗଜାନନ। ଭଳିକି ଭଳି ବେଶ ଭୂଷାରେ ସୁସଜ୍ଜିତ କରାଯାଉଛି ସିଦ୍ଧିଦାତାଙ୍କ ମୃଣ୍ମୟ ମୂର୍ତ୍ତୀକୁ। କାରଣ ଅଗ୍ରପୂଜ୍ୟଙ୍କ ଆବାହନ ପାଇଁ ମାତ୍ର ଦିନଟିଏ ରହିଛି। ଶ୍ରୀ ଗଣେଶଙ୍କ ଆରାଧନା ପାଇଁ ତାଳଚେର ସହର ଚଳଚଞ୍ଚଳ ହୋଇପଡିଛି। ଏଠି ବହୁ ଆକର୍ଷଣ ଢଙ୍ଗରେ ଓ ମହାଆଡମ୍ୱରରେ ଗଜାନନଙ୍କ ଉତ୍ସବ ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ପରି ଏଥର ବି ସହରର ହାଟତୋଟା, ବଡଦାଣ୍ଡ ସାହି, ବଡବଜାର, ନୂଆସାହି, ରାମଚନ୍ଦ୍ରବଜାର ଆଦି ସ୍ଥାନରେ ୬୦ଟି ପୂଜା ମଣ୍ଡପ କରାଯାଇଛି।talcher

ଏପଟେ ପ୍ରତି ପୂଜା କମିଟି ସାଜସଜ୍ଜାକୁ  ନେଇ ଆରମ୍ଭ କଲେଣି ପ୍ରତିଯୋଗୀତା। ସହରର ରାମଚନ୍ଦ୍ର ବଜାର  ପୂଜା କମିଟି ବିଗତ ୪ ବର୍ଷ ଧରି ତୋରଣ ସାଜସଜ୍ଜାରେ ପ୍ରଥମ ପୁରସ୍କାର ପାଉଥିବାରୁ ଏଥର ବି ଏହି କମିଟି ପୁରସ୍କାର ପାଇବ ବୋଲି ଆଶା ରଖିଛି। ମୂର୍ତ୍ତୀ କାରିଗର ମାନେ ରାତି ଅନିଦ୍ରା ହୋଇ ମୂର୍ତ୍ତୀ ତିଆରିରେ ବ୍ୟସ୍ତ। ୧୬ ତାରିଖ ସୁଦ୍ଧା ପୂଜା ପେଣ୍ଡାଲ୍ କାମ ସାରିବୁ ବୋଲି ମୂର୍ତ୍ତୀ କାରିଗର ମୁନା ମହାପାତ୍ର କହିଛନ୍ତି। ସେହିପରି ତୋରଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ଗଣେଶ ପୂଜାରେ ଫାଇବରର ନୂଆ ନୂଆ ଆଇଟମରେ ତୋରଣ ଲଗାଯିବ ବୋଲି ତୋରଣ କରିଗର ଅରୁଣ କୁମାର ମହାରଣା କହିଛନ୍ତି।

talchjer୧୨ ଦିନ ଧରି ଏଥର ଗଣେଶ ପୂଜା ସହରରେ ପାଳିତ ହୋଉଥିବାରୁ ଜିଲ୍ଳା ପ୍ରଶାସନ ପକ୍ଷରୁ ସୁରକ୍ଷା ବବ୍ୟସ୍ଥା କଡାକଡି କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣଠାରୁ ଆରମ୍ଭ କରି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସଙ୍କୁ ମୁତୟନ କରାଯିବ। ଏହାସହିତ ସମ୍ୱେଦନଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଯିବ ବୋଲି ତାଳଚେର ଉପଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos