ଧୂମଧାମରେ ବିସର୍ଜିତ ହେଲେ ଗଜାନନ

ସୋନପୁର (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବଜରଙ୍ଗ କ୍ଲବ ପକ୍ଷରୁ ଗଣେଶ ବିସର୍ଜନ ଧୂମଧାମରେ ହୋଇଯାଇଛି। ବିଘ୍ନ ବିନାଶକ ଗଣେଶଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା। ପାରମ୍ପାରିକ ବାଦ୍ୟ ଓ ନୃତ୍ୟ ସହ ଶୋଭାଯାତ୍ରା ତ୍ରିବେଣୀ ଛକରୁ ବାହାରି ବୀରମହାରାଜପୁର ମୁଖ୍ୟ ଛକ ଦେଇ ରଜାବନ୍ଧରେ ପହଞ୍ଚିଥିଲା। ସେଠାରେ ଗଜାନନଙ୍କ ବିସର୍ଜନ କରାଯାଇଥିଲା।