ବାନ୍ଧକଳାରେ ତିଆରି ହେଲା ତ୍ରିରଙ୍ଗା ଶାଢ଼ୀ, ନାଁ ‘ଅତୁଲ୍ୟ ଭାରତ’

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପାରମ୍ପରିକ ବାନ୍ଧକଳାରେ ଦେଖିବାକୁ ମିଳିଛି ଦେଶାତ୍ମବୋଧର ଛିଟା। ବାନ୍ଧକଳା ମାଧ୍ୟମରେ ଦେଶପ୍ରୀତିକୁ ପ୍ରଦର୍ଶିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର କେନ୍ଦୁପାଲି ଗାଁର ଗଣେଶ ମେହେର ଓ ବୁଣିଛନ୍ତି ‘ତ୍ରିରଙ୍ଗା ଶାଢ଼ୀ’। ଆଉ ତା’ର ନାଁ ରଖିଛନ୍ତି ‘ଅତୁଲ୍ୟ ଭାରତ’। ଏବେ ଏହି ଶାଢ଼ୀକୁ ନେଇ ଏ ଅଞ୍ଚଳରେ ଜୋର୍ ଚର୍ଚ୍ଚା ଚାଲିଛି। ବାନ୍ଧକଳା ପାଇଁ ସୁବର୍ଣ୍ଣପୁର ପ୍ରସିଦ୍ଧ। ହଜାର ହଜାର ବର୍ଷରୁ ଏ ମାଟିର ଭୁଲିଆ ସଂପ୍ରଦାୟର ଲୋକେ ଏହାରି ମାଧ୍ୟମରେ ତିଆରି […]

saree

Biswobandita Swain
  • Published: Monday, 12 August 2019
  • , Updated: 12 August 2019, 04:54 PM IST

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପାରମ୍ପରିକ ବାନ୍ଧକଳାରେ ଦେଖିବାକୁ ମିଳିଛି ଦେଶାତ୍ମବୋଧର ଛିଟା। ବାନ୍ଧକଳା ମାଧ୍ୟମରେ ଦେଶପ୍ରୀତିକୁ ପ୍ରଦର୍ଶିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର କେନ୍ଦୁପାଲି ଗାଁର ଗଣେଶ ମେହେର ଓ ବୁଣିଛନ୍ତି ‘ତ୍ରିରଙ୍ଗା ଶାଢ଼ୀ’। ଆଉ ତା’ର ନାଁ ରଖିଛନ୍ତି ‘ଅତୁଲ୍ୟ ଭାରତ’। ଏବେ ଏହି ଶାଢ଼ୀକୁ ନେଇ ଏ ଅଞ୍ଚଳରେ ଜୋର୍ ଚର୍ଚ୍ଚା ଚାଲିଛି।

ବାନ୍ଧକଳା ପାଇଁ ସୁବର୍ଣ୍ଣପୁର ପ୍ରସିଦ୍ଧ। ହଜାର ହଜାର ବର୍ଷରୁ ଏ ମାଟିର ଭୁଲିଆ ସଂପ୍ରଦାୟର ଲୋକେ ଏହାରି ମାଧ୍ୟମରେ ତିଆରି କରୁଛନ୍ତି ଶାଢ଼ି। ଏହି କଳା କାରିଗରୀର ପଟାନ୍ତର ନାହିଁ। ଜିଲ୍ଲାର ଗାଁ ଗାଁରେ ଥିବା ହଜାର ହଜାର ବୟନଶିଳ୍ପୀଙ୍କ ଏହି କଳାଚାତୁରୀ ବିଶ୍ୱ ବସ୍ତ୍ର ବଜାରରେ ଚହଳ ସୃଷ୍ଟି କରିବା ସହ ଏହି ମାଟିକୁ ଦେଇଛନ୍ତି ଏକ ଭିନ୍ନ ପରିଚୟ। ତେବେ ଆଉ ପାଦେ ଆଗକୁ ଯାଇ ସୂତା ଓ ରଙ୍ଗରେ ସୂକ୍ଷ୍ମ ବାନ୍ଧକଳାକୁ ଉପଯୋଗ କରି ସେଥିରେ ଦେଶ ପ୍ରୀତିର ଭାବ ଭରି ଗଣେଶ ବୁଣିଛନ୍ତି ତ୍ରିରଙ୍ଗା ସଦୃଶ ଦେଖାଯାଉଥିବା ଏହି ‘ଅତୁଲ୍ୟ ଭାରତ’ ଶାଢ଼ୀ। ଏହି ଶାଢ଼ୀଟିକୁ ବୁଣିବା ପାଇଁ ତାଙ୍କୁ ୬ ମାସ ଲାଗିଥିଲା। ଆଉ ଏଥିପାଇଁ ସେ ୬୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଅଗଷ୍ଟ ୧୫ ପୂର୍ବରୁ ଶାଢ଼ୀଟି ପ୍ରସ୍ତୁତ ହୋଇଥିବାରୁ ଦେଶର ସ୍ୱାଧୀନତା ପାଇଁ ତାଙ୍କ କଳା ସମର୍ପିତ ହୋଇପାରିଛି ବୋଲି କହିଛନ୍ତି ବାନ୍ଧଶିଳ୍ପୀ ଗଣେଶ ମେହେର।

ସେହିପରି ଗଣେଶ ମାଟିମା’ ଓ ମାତୃଭାଷାକୁ ନେଇ ବୁଣିଛନ୍ତି ‘ବର୍ଣ୍ଣଶିଖା’ ନାମରେ ଅନ୍ୟ ଏକ ଶାଢ଼ୀ। ଏହି ଶାଢ଼ୀରେ ଓଡିଆ ବର୍ଣ୍ଣମାଳାର ସବୁ ଅକ୍ଷର ସହ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କବିତା ‘ମାତୃଭୂମି ମାତୃଭାଷାରେ ମମତା’ର ଏକ ପଂକ୍ତିକୁ ବି ସାମିଲ୍‌ କରିଛନ୍ତି। ଏଥିସହ ସେ ଓ ତାଙ୍କ ପରିବାର ଲୋକଙ୍କ ସହ ମିଶି ପ୍ରାକୃତିକ ରଙ୍ଗର ବ୍ୟବହାର କରି ‘ନେଚର’ ନାଁରେ ଏକ ଭିନ୍ନ ଧରଣର ଶାଢ଼ୀ ବୁଣିଛନ୍ତି।

Related story