ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା

କଟକ(ଓଡ଼ିଶା ରିପୋର୍ଟର): ଚଳିତବର୍ଷ କଟକ ସହରରେ ନିରାଡମ୍ବର ଦୁର୍ଗା ପୂଜା ହେବ। ପୂଜା କମିଟି ସହ ପ୍ରଶାସନର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ମାଆ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ମାଟି ଆଣିବା ନିରାଡମ୍ବର ହେବ। ବିନା ଶୋଭାଯାତ୍ରାରେ ପ୍ରତି କମିଟିର ୪ ଜଣ ଯାଇ ମାଟି ଆଣିବେ। ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା। ଯେଉଁମାନେ ଚାହିଁବେ ଘରେ ନିରାଡମ୍ବର ଭାବେ ପୂଜା କରିବେ। ବୈଠକରେ ହୋଇଥିବା ନିଷ୍ପତ୍ତି ନେଇ ସୂଚନା ଦେଲେ କଟକ […]

ganesh-puja-in-balasore

Manoranjan Sial
  • Published: Saturday, 08 August 2020
  • , Updated: 08 August 2020, 09:20 PM IST

କଟକ(ଓଡ଼ିଶା ରିପୋର୍ଟର): ଚଳିତବର୍ଷ କଟକ ସହରରେ ନିରାଡମ୍ବର ଦୁର୍ଗା ପୂଜା ହେବ। ପୂଜା କମିଟି ସହ ପ୍ରଶାସନର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ମାଆ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ମାଟି ଆଣିବା ନିରାଡମ୍ବର ହେବ। ବିନା ଶୋଭାଯାତ୍ରାରେ ପ୍ରତି କମିଟିର ୪ ଜଣ ଯାଇ ମାଟି ଆଣିବେ। ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା। ଯେଉଁମାନେ ଚାହିଁବେ ଘରେ ନିରାଡମ୍ବର ଭାବେ ପୂଜା କରିବେ। ବୈଠକରେ ହୋଇଥିବା ନିଷ୍ପତ୍ତି ନେଇ ସୂଚନା ଦେଲେ କଟକ ଡିସିପି ପ୍ରତୀକ ସିଂ।

ସୂଚନାରୁ ପ୍ରକାଶ, ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରୁଛି। ଆଜି କଟକ ଟାଉନ୍‌ରେ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା କଟକ ଟାଉନ୍‌ରୁ ୧୫୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୬୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୭୭୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story