କେନ୍ଦୁଝରର ବାଇମୁଣ୍ଡି ଗଙ୍ଗାଧର : ପେନ୍‌ସନ୍‌ ପଇସାରେ ସାଳନ୍ଦୀରେ କରୁଛନ୍ତି ବ୍ରିଜ୍

ଆନନ୍ଦପୁର(ମୁନା ସିଂ): ମିଶୁ ମୋର ଦେହ ଏଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଉତ୍କଳମଣି ଗୋପବନ୍ଧୁ ଦାଶଙ୍କୁ ଅନୁସରଣ କରି ସବୁରି ମୁହଁରେ ଆଜି ଗୋପବନ୍ଧୁ ପାଲଟି ଯାଇଛନ୍ତି କେନ୍ଦୁଝର କାନପୁର ଗାଁର ଗଂଗାଧର ରାଉତ । ଚାକିରୀ କରି ଯେତିକି ସଞ୍ଚୟ କରିଥିଲେ, ଅବସରପରେ ସେସବୁକୁ ବିନିଯୋଗ କରି ସାଳନ୍ଦୀ ନଦୀରେ ତିଆରି କରୁଛନ୍ତି ପୋଲ। ଏଥିପାଇଁ ନା କାହାକୁ ହାତ ପତାଇଛନ୍ତି ନା କିଛି ସହଯୋଗ ଲୋଡ଼ିଛନ୍ତି। ଏହି ନିଆରା ପ୍ରୟାସ ପାଇଁ […]

b-89

b-89

Tapas Behera
  • Published: Wednesday, 05 June 2019
  • Updated: 05 June 2019, 07:54 PM IST

Sports

Latest News

ଆନନ୍ଦପୁର(ମୁନା ସିଂ): ମିଶୁ ମୋର ଦେହ ଏଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଉତ୍କଳମଣି ଗୋପବନ୍ଧୁ ଦାଶଙ୍କୁ ଅନୁସରଣ କରି ସବୁରି ମୁହଁରେ ଆଜି ଗୋପବନ୍ଧୁ ପାଲଟି ଯାଇଛନ୍ତି କେନ୍ଦୁଝର କାନପୁର ଗାଁର ଗଂଗାଧର ରାଉତ । ଚାକିରୀ କରି ଯେତିକି ସଞ୍ଚୟ କରିଥିଲେ, ଅବସରପରେ ସେସବୁକୁ ବିନିଯୋଗ କରି ସାଳନ୍ଦୀ ନଦୀରେ ତିଆରି କରୁଛନ୍ତି ପୋଲ। ଏଥିପାଇଁ ନା କାହାକୁ ହାତ ପତାଇଛନ୍ତି ନା କିଛି ସହଯୋଗ ଲୋଡ଼ିଛନ୍ତି। ଏହି ନିଆରା ପ୍ରୟାସ ପାଇଁ ଗଙ୍ଗାଧରଙ୍କ ନିକଟକୁ ଏବେ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ।

ନା ସେ ନେତା ନା ମନ୍ତ୍ରୀ । ନା ସରକାର କି ପ୍ରଶାସନ । କେନ୍ଦୁଝର ଜିଲ୍ଲା ହାଟଡିହି ଅଞ୍ଚଳର ସେ ବାଇମୁଣ୍ଡି । ଯାହାଙ୍କ ଉଦ୍ୟମରେ ସତ ହେବାକୁ ଯାଉଛି ବର୍ଷ ବର୍ଷର ସ୍ୱପ୍ନ। କେନ୍ଦୁଝର ହାଟଡିହି ବ୍ଲକ କାନପୁର ଗାଁର ଗଙ୍ଗାଧର ରାଉତ ହେଉଛନ୍ତି ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ।

ଅବସର ପରେ ଇଛା ଥିଲା ନିଜ ଭିଟାମାଟି ପାଇଁ କିଛି କରିବେ । ଆଉ ସେହି ଇଛାକୁ ପୂରଣ କରିବାକୁ ଯାଇ ସେ ସାଳନ୍ଦୀ ନଦୀରେ ନିର୍ମାଣ କରୁଛନ୍ତି ପୋଲ । ଅବସର ପରେ ପାଇଥିବା ଟଙ୍କାକୁ ବିନିଯୋଗ କରି ଅଧାଗଢ଼ା ପୋଲକୁ ସମ୍ପୂର୍ଣ୍ଣ କରୁଛନ୍ତି ସେ। ନିଜେ ପ୍ରାୟ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ଏହି ପୋଲ ନିର୍ମାଣ କରୁଛନ୍ତି ।

ସାଳନ୍ଦୀ ନଦୀର ଆରପଟେ କାନପୁର ଗାଁ ଲୋକଙ୍କ ଚାଷଜମି । ଏଥିପାଇଁ ଲୋକଙ୍କୁ ସବୁଦିନ ପାଣିରେ ପଶି ନଦୀ ପାରି ହେବାକୁ ପଡ଼େ । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦୁଝର ଟ୍ରକ ମାଲିକ ସଂଘ ଏବଂ ହାଟଡିହି ବ୍ଲକର ୩ ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣ ହେଉଥିଲା ପୋଲ।

କିନ୍ତୁ ୧୨ ଟି ସ୍ପାନ ମଧ୍ୟରୁ ମାତ୍ର ୩ଟି ସ୍ପାନ ତିଆରି କରି ଅନେକ ଦିନ ହେଲାଣି ସମସ୍ତେ ନୀରବି ଯାଇଛନ୍ତି । କାହାକୁ କହିଲେ ବି କେହି ଶୁଣୁନଥିବାରୁ ଶେଷରେ ନିଜର ପେନ୍‌ସନ୍ ଟଙ୍କାକୁ ବିନିଯୋଗ କରି ଅଧାଗଢ଼ା ପୋଲକୁ ସମ୍ପୂର୍ଣ୍ଣ କରିବାରେ ଲାଗିଛନ୍ତି ଗଙ୍ଗାଧର । ଏଥିପାଇଁ କାହାକୁ ମଧ୍ୟ ସେ ହାତ ପତାଇ ନାହାନ୍ତି। ଗଙ୍ଗାଧରଙ୍କ ଏଭଳି କାମକୁ ନେଇ ବେଶ୍ ଗର୍ବ ଅନୁଭବ କରୁଛନ୍ତି ଗାଁ ଲୋକେ।

 

ବର୍ତ୍ତମାନର ସ୍ୱାର୍ଥପର ଦୁନିଆରେ ଗଙ୍ଗାଧରଙ୍କ ଏଭଳି ନିଃସ୍ୱାର୍ଥପର ମନୋଭାବ, ଆଜି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛି । ଆଉ ଖାସ୍ କରି ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କ ପାଇଁ ଉପହାସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos