ଜଙ୍ଗଲ ଓ ପାହାଡ଼ରେ ଚାଲିଲା ‘ନୀଳ ଜହର’ ଅପେରସନ

ଫୁଲବାଣୀ(ତ୍ରିନାଥ ସାହୁ): ‘ନୀଳ ଜହର’ ଅପେରସନରେ କାଟିଲେ ହଜାର ହଜାର ଗଞ୍ଜେଇ ଗଛ। କନ୍ଧମାଳ ଜିଲ୍ଲା ସଦର ଥାନା ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଆଜି ତୁଡିପାଜୁ ଏବଂ ଦଡ଼ିକି ପଞ୍ଚାୟତର ବିଭିନ୍ନ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଚଢଉ କରି ବହୁ ଏକର ଜମିରୁ ହଜାର ହଜାର ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ଆଇନ୍‌ରେ ଦଣ୍ଡବିଧାନ ବ୍ୟବସ୍ଥା ଥିବାରୁ ଲୋକଙ୍କୁ ଏହି ଚାଷରୁ ନିବୃତ […]

ganja

  • Published: Saturday, 26 November 2022
  • , Updated: 26 November 2022, 06:05 PM IST

ଫୁଲବାଣୀ(ତ୍ରିନାଥ ସାହୁ): ‘ନୀଳ ଜହର’ ଅପେରସନରେ କାଟିଲେ ହଜାର ହଜାର ଗଞ୍ଜେଇ ଗଛ। କନ୍ଧମାଳ ଜିଲ୍ଲା ସଦର ଥାନା ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଆଜି ତୁଡିପାଜୁ ଏବଂ ଦଡ଼ିକି ପଞ୍ଚାୟତର ବିଭିନ୍ନ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଚଢଉ କରି ବହୁ ଏକର ଜମିରୁ ହଜାର ହଜାର ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ଆଇନ୍‌ରେ ଦଣ୍ଡବିଧାନ ବ୍ୟବସ୍ଥା ଥିବାରୁ ଲୋକଙ୍କୁ ଏହି ଚାଷରୁ ନିବୃତ ରହିବା ପାଇଁ ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିସହ ସଦର ଥାନା ପକ୍ଷରୁ ‘ନୀଳ ଜହର’ ଅଭିଯାନକୁ ସଫଳ କରିବାକୁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜୋରଦାର କରାଯାଇଥିବା ସୂଚନା ଦିଆଯାଇଛି।

ସଦର ଥାନା IIC ସମୀର କୁମାର ରାଉତ କହିଛନ୍ତି, ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ରାତିରାତି ଧନି ହେବା ନିମନ୍ତେ ଜଙ୍ଗଲ ଓ ପାହାଡ଼ରେ ଲୁଚାଛପା ଗଞ୍ଜେଇ ଚାଷ କରୁଛନ୍ତି। ଫଳରେ ବେଆଇନ ଗଞ୍ଜେଇ ଓ ଭାଙ୍ଗ ଚୋରାଚାଲାଣ ବଢ଼ିବାରେ ଲାଗିଛି। ଯାହା କି କନ୍ଧମାଳ ଜିଲ୍ଲା ପୁଲିସ ଏବଂ ପ୍ରଶାସନର ଚିନ୍ତା ବଢାଇ ଦେଇଛି। ଏହି ଚାଷକୁ ବନ୍ଦ କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ "ନୀଳ ଜହର" ଅପେରସନ ଆରମ୍ଭ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ଖବର ଆଧାରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ଗଞ୍ଜେଇ ଚାଷ ନଷ୍ଟ କରୁଛନ୍ତି।

Related story