ଅତି ଚାଲାକ; ନୀଳବତି ଗାଡ଼ିରେ ନେଇଯାଉଥିଲେ…

Ordigital Desk
  • Published: Monday, 09 April 2018
  • , Updated: 09 April 2018, 10:09 AM IST
<p>ମାଲକାନଗିରି (ଓଡ଼ିଶା ରିପୋର୍ଟର): ଟିକେ ଅଧିକ ବୁଦ୍ଧି ଲଗାଇ ଦେଇଥିଲେ। ଭାବିଥିଲେ ଦାମୀ ଗାଡ଼ିରେ ନୀଳବତି ଲଗାଇ ଦେଲେ ଆଉ କେହି ଅଟକାଇବେନି। ଆଉ ତାଙ୍କ କାମ ସହଜରେ ହୋଇଯିବ। କିନ୍ତୁ ସେମିତି ହେଲା ନାହିଁ। ପୋଲିସ୍&zwnj; ନଜରରୁ ଖସି ପାରିଲେନି। ଧରା ପଡ଼ିଲେ ଓ ନୀଳବତି ଗାଡ଼ି ଭିତରୁ ଜବତ ହେଲା ବସ୍ତା ବସ୍ତା ଗଞ୍ଜେଇ। ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଞ୍ଚଳରେ ଏମିତି ଅଭିନବ ଢଙ୍ଗରେ ଗଞ୍ଜେଇ ଚାଲାଣ ହେଉଥିଲା।</p> <p>ଗତକାଲି ରାତିରେ ବାଲିମେଳା ଥାନା ପୋଲିସ୍ ଚିତ୍ରକୋଣ୍ଡା ଛକ ନିକଟରେ ନାକାବନ୍ଦୀ କରି ତିନୋଟି ଗଞ୍ଜେଇ ବୋଝେଇ ଗାଡ଼ି ଜବତ କରିଥିଲା। ତା&rsquo;ମଧ୍ୟରେ ଥିଲା ଏହି ନୀଳବତି ଗାଡ଼ି।&nbsp; ଏହା ସହିତ ପୋଲିସ୍ ଗୋଟିଏ ଟିପର ଓ ଗୋଟିଏ ମିନି ଟ୍ରକକୁ ମଧ୍ୟ ଜବତ କରିଛି। ଏଇ ତିନୋଟି ଗାଡ଼ିରେ ମୋଟ ୧୪ କୁଇଣ୍ଟାଲ ଗଞ୍ଜେଇ ଥିଲା। ପୋଲିସ୍ ଏ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଏହି ସବୁ ଗଞ୍ଜେଇକୁ ଚିତ୍ରକୋଣ୍ଡାରୁ ଛତିଶଗଡ଼କୁ ଚାଲାଣ ହେଉଥିଲା।</p>

Related story