ଅବକାରୀ ବିଭାଗ ଜାଳିଦେଲା ୧୫ କୋଟି ଟଙ୍କାର ଗଞ୍ଜେଇ ଗଛ

ଫୁଲବାଣି(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳର ଦୁଇଟି ବଡ଼ ଜଙ୍ଗଲରୁ ଗତକାଲି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି ପୁଲିସ୍‌ ଓ ଅବକାରୀ ବିଭାଗର ମିଳିତ ଟିମ୍‌।  ବିଲାବାଡ଼ୀ ଗ୍ରାମ ପଞ୍ଚାୟତର ପକାଦେଇ ଏବଂ ଡଡଗଣ୍ଡା ଗ୍ରାମ ନିକଟ ଦୁଇଟି ଜଙ୍ଗଲରେ ମିଳିତ ଟିମ୍‌ ଚଢ଼ଉ କରି ପ୍ରାୟ ୧୫୦ ଏକର ଜାଗାରେ ଲାଗିଥିବା ଲକ୍ଷାଧିକ ଗଞ୍ଜେଇ ଗଛଗୁଡ଼ିକୁ କାଟି ପୋଡ଼ି ନଷ୍ଟ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ […]

ganja-1..1

Niharika Rout
  • Published: Tuesday, 26 November 2019
  • , Updated: 26 November 2019, 07:53 AM IST

ଫୁଲବାଣି(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳର ଦୁଇଟି ବଡ଼ ଜଙ୍ଗଲରୁ ଗତକାଲି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି ପୁଲିସ୍‌ ଓ ଅବକାରୀ ବିଭାଗର ମିଳିତ ଟିମ୍‌।  ବିଲାବାଡ଼ୀ ଗ୍ରାମ ପଞ୍ଚାୟତର ପକାଦେଇ ଏବଂ ଡଡଗଣ୍ଡା ଗ୍ରାମ ନିକଟ ଦୁଇଟି ଜଙ୍ଗଲରେ ମିଳିତ ଟିମ୍‌ ଚଢ଼ଉ କରି ପ୍ରାୟ ୧୫୦ ଏକର ଜାଗାରେ ଲାଗିଥିବା ଲକ୍ଷାଧିକ ଗଞ୍ଜେଇ ଗଛଗୁଡ଼ିକୁ କାଟି ପୋଡ଼ି ନଷ୍ଟ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି ଆଲୋଚନା ହେଉଛି।

ଏହି ଗଞ୍ଜେଇ ଗଛ କାଟିବା ଅଭିଯାନରେ ସଦର ଥାନା IIC ଙ୍କ ସମେତ ଦୁଇ ପ୍ଲାଟୁନ ପୁଲିସ୍‌ , ବହୁ ଅବକାରୀ କର୍ମଚାରୀ ଏବଂ ୫୦ ଶ୍ରମିକ ନିୟୋଜିତ ହୋଇଥିଲେ ବୋଲି ମିଳିତ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

Related story