ପିକ୍‌ଅପ୍‌ ଭ୍ୟାନ୍‌ରୁ ମିଳିଲା ଏପରି ଜିନିଷ, ମୂଲ୍ୟ ୮୦ ଲକ୍ଷ

ଲମତାପୁଟ(ଓଡ଼ିଶା ରିପୋର୍ଟର):କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରୁ ଆଜି ସକାଳୁ ଏକ ଗଞ୍ଜେଇ ଭର୍ତ୍ତି ପିକଅପ୍‌ ଗାଡି ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳିକୁ ଜବତ କରିଛି ପୁଲିସ୍‌। ଘଟଣାସ୍ଥଳର ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ମାଛକୁଣ୍ଡସ୍ଥିତ ୧୫ବାଟାଲିଆନ ବିଏସଏଫ ଓ କୋରାପୁଟ ପୁଲିସର ମିଳିତ ଅପରେସନ ସମୟରେ ବୁଧବାର ସକାଳୁ  ହନୁମାଲ ଗାଁ ନିକଟରେ ଯାନବାହାନ ଯାଞ୍ଚ ହେଉଥିଲା । ଠିକ ସେହି ସମୟରେ ମାଲକାନଗିରି ଜିଲ୍ଲାରୁ ଏକ ଗଂଜେଇ ଭର୍ତ୍ତି  […]

ganja

Niharika Rout
  • Published: Wednesday, 04 November 2020
  • , Updated: 04 November 2020, 10:36 AM IST

ଲମତାପୁଟ(ଓଡ଼ିଶା ରିପୋର୍ଟର):କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରୁ ଆଜି ସକାଳୁ ଏକ ଗଞ୍ଜେଇ ଭର୍ତ୍ତି ପିକଅପ୍‌ ଗାଡି ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳିକୁ ଜବତ କରିଛି ପୁଲିସ୍‌। ଘଟଣାସ୍ଥଳର ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

ମାଛକୁଣ୍ଡସ୍ଥିତ ୧୫ବାଟାଲିଆନ ବିଏସଏଫ ଓ କୋରାପୁଟ ପୁଲିସର ମିଳିତ ଅପରେସନ ସମୟରେ ବୁଧବାର ସକାଳୁ  ହନୁମାଲ ଗାଁ ନିକଟରେ ଯାନବାହାନ ଯାଞ୍ଚ ହେଉଥିଲା । ଠିକ ସେହି ସମୟରେ ମାଲକାନଗିରି ଜିଲ୍ଲାରୁ ଏକ ଗଂଜେଇ ଭର୍ତ୍ତି  ପିକ୍‌ଅପ୍‌ ଗାଡି ଦ୍ରୁତ ଗତିରେ ଆସିଥିଲା । ପୁଲିସ୍‌ କୁ ଦେଖି ଡ୍ରାଇଭର ଓ ହେଲପର ଘଟଣାସ୍ଥଳରେ ଗାଡି ଛାଡି ଫେରାର ହୋଇଯାଇଥିଲେ ।

ପରେ ଗାଡି ଯାଞ୍ଚ କରି ପାଖପାଖା ୮କୁଇଣ୍ଟାଲ ଗଞ୍ଜେଇ  ଜବତ କରିବା ସହ  ଗାଡିକୁ ମାଛକୁଣ୍ଡ ଥାନାକୁ ନେଇଛି ପୁଲିସ୍‌ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ମାଛକୁଣ୍ଡ ପୁଲିସ୍‌ ଏହି ଘଟଣାର ଅଧିକ ତଦନ୍ତ  ଆରମ୍ଭ  କରିଛି । ଏହି ଗଞ୍ଜେଇ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ଧରା ପଡ଼ିଯାଇଥିବା ଜଣାଯାଇଛି।

 

Related story