ଯିଏ ନିୟମର ପାଠ ପଢ଼ାଉଛନ୍ତି, ସିଏ ହିଁ ନିୟମ ଭାଙ୍ଗୁଛନ୍ତି

ବ୍ରହ୍ମପୁର(ଜଗନ୍ନାଥ ସାହୁ): ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରିଛନ୍ତି ସରକାରୀ ବାବୁ। ଯିଏ କି ଲୋକଙ୍କୁ ନିୟମର ପାଠ ପଢ଼ାଉଛନ୍ତି, ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଫାଇନ କାଟୁଛନ୍ତି, ସେ କିନ୍ତୁ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଥିବାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଅଧିକାରୀଜଣକ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଅତିରିକ୍ତ ପରିବହନ ଅଧିକାରୀ ଶାନ୍ତନୁ ପରିଡ଼ା। ଯେ କି ଗାଡ଼ିର ସିଟ୍ ବେଲ୍ଟ ବାନ୍ଧି ନ ଥିବାରୁ ହଟହଟା ହୋଇଛନ୍ତି । ଏହି […]

rto-up

Tapaswini Nayak
  • Published: Monday, 09 September 2019
  • , Updated: 09 September 2019, 10:16 AM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରିଛନ୍ତି ସରକାରୀ ବାବୁ। ଯିଏ କି ଲୋକଙ୍କୁ ନିୟମର ପାଠ ପଢ଼ାଉଛନ୍ତି, ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଫାଇନ କାଟୁଛନ୍ତି, ସେ କିନ୍ତୁ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଥିବାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଏହି ଅଧିକାରୀଜଣକ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଅତିରିକ୍ତ ପରିବହନ ଅଧିକାରୀ ଶାନ୍ତନୁ ପରିଡ଼ା। ଯେ କି ଗାଡ଼ିର ସିଟ୍ ବେଲ୍ଟ ବାନ୍ଧି ନ ଥିବାରୁ ହଟହଟା ହୋଇଛନ୍ତି । ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଶାନ୍ତନୁ କିଛି କର୍ମଚାରୀଙ୍କ ସହ ଚାରି ଚକିଆ ଗାଡ଼ିରେ ବସିଛନ୍ତି। ହେଲେ ସିଟ୍ ବେଲ୍ଟ୍ ପିନ୍ଧି  ନଥିବାରୁ ସମାଲୋଚନାର ଶିକାର ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଗତକାଲି ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ କରି କିଛି କର୍ମଚାରୀଙ୍କ ସହ ଚାରି ଚକିଆ ଗାଡ଼ିରେ ଶାନ୍ତନୁ ଫେରୁଥିଲେ। ଏହି ସମୟରେ ଶାନ୍ତନୁ ଓ ତାଙ୍କ ଡ୍ରାଇଭର ସିଟ୍ ବେଲ୍ଟ୍ ଲଗାଇ ନଥିଲେ। ଯାହାକୁ ନେଇ ଲୋକେ ତାଙ୍କୁ ଘେରି ଏସମ୍ପର୍କରେ ବାରମ୍ବାର ପଚାରିଥିଲେ। ହେଲେ ଏନେଇ କୌଣସି  ସନ୍ତୋଷଜନକ ଜବାବ ଦେଇ ନ ପାରି ଶାନ୍ତନୁ ସେଠାରୁ ପଳାଇ ଯାଇଥିଲେ ।

Related story